ପୁଣ୍ୟର ପ୍ରଭାବ

ଅନେକ ବର୍ଷ ତଳେ ଜଣେ ଧର୍ମଜ୍ଞ ରାଜା ଥିଲେ । ‘ପୂର୍ବ ଜନ୍ମରେ ମୁଁ ଏପରି କି ପ୍ରକାର ପୁଣ୍ୟ ଅର୍ଜନ କରିଥିଲିଯେ, ଆଜି ମୋତେ ଏତେ ସୁଖ, ଶାନ୍ତି, ଆନନ୍ଦ ମିଳୁଛି?’ ଏହି କଥା ଜାଣିବା ପାଇଁ ସେ ଜ୍ୟୋତିଷମାନଙ୍କୁ ଡାକିଲେ । ସେମାନଙ୍କୁ କହିଲେ, “ମୋ ପୂର୍ବଜନ୍ମ ବିଷୟରେ ଯିଏ ଠିକ୍ କଥା କହିପାରିବ ତା’ର ପାଂଚ ପୁରୁଷ ପାଇଁ ଯେତେ ଧନ ଦ୍ରବ୍ୟ ଦରକାର ତାକୁ ଦିଆଯିବ ।” ଏହିକଥା ଜ୍ୟୋତିଷମାନେ କହିପାରିବେ ନାହିଁ ବୋଲି ରାଜାଙ୍କୁ ଜଣାଇଦେଲେ । ରାଜାଙ୍କ ମନଦୁଃଖ ହୋଇଗଲା । ଏପରି କିଛିଦିନ ଯିବା ପରେ ଜଣେ ବ୍ରାହ୍ମଣବୁଢା ରାଜାଙ୍କ ପାଖକୁ ଗଲା । ବୃଦ୍ଧ ବ୍ରାହ୍ମଣ ଅତି ଦରିଦ୍ର ଥିଲା । ସେ ରାଜାଙ୍କୁ କହିଲା, “ମହାରାଜ ! ମୁଁ ଆପଣଙ୍କର ପୂର୍ବ ଜନ୍ମ କଥା କହିପାରିବି ନାହିଁ । କିନ୍ତୁ ଏହା ଜାଣିବା ପାଇଁ ଆପଣଙ୍କୁ ବାଟ ବତାଇ ଦେବି ।

         ରାଜା କହିଲେ – “ହେଉ ! ବାଟ ବଟାନ୍ତୁ । ମୁଁ ଆପଣଙ୍କୁ ପୁରସ୍କାର ନିଶ୍ଚୟ ଦେବି ।” ଏହା ଶୁଣି ବୃଦ୍ଧ କହିଲା – “ଆପଣଙ୍କ ଗୁହାଳରେ ଜଣେ ଅନ୍ଧ ଗଉଡ ଅଛି । ସେହି ଗଉଡକୁ ପଚାରିଲେ ସେ ଆପଣଙ୍କୁ ଯଥାର୍ଥ ଉତ୍ତର ଦେଇ ପାରିବ ।”

         ରାଜା ଏକାନ୍ତରେ ସେହି ଅନ୍ଧ ଗୋପାଳକୁ ପୂର୍ବଜନ୍ମ ବୃତାନ୍ତ କହିବାକୁ ଅନୁରୋଧ କଲେ । ଅନ୍ଧ ଗୋପାଳ କହିଲା – “ମହାରାଜ ! ମୁଁ ସେ କଥା କହିପାରିବି ନାହିଁ । ତେବେ ଆମ ରାଜ୍ୟସୀମା ବାହାରେ ଅମୁକ ଜାଗାରେ ଗୋଟିଏ ପିଶାଚିନୀ ଅଛି । ସେ ଆପଣଙ୍କ ପ୍ରଶ୍ନର ଉତ୍ତର ଦେଇ ପାରିବେ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ