ଅଜବ ଚିଜ

କିଶୋର ରାମପୁର ଗାଁରେ ରହୁଥାଏ । ସେ କିଛି ପାଠଶାଠ ପଢି ଭାବିଲା କି କୌଣସି କାମଦାମ କରିବା ତା’ ପାଇଁ ବଡ ଅସୁନ୍ଦର ହେବ । ତେଣୁ ଘରେ ବସି, ଖାଇ ପିଇ ଶୋଇ ସେ ସମୟତକ କଟାଇବାକୁ ଲାଗିଲା । ବାପା ତାକୁ ଦୁଇ ଚାରିଥର କାମରେ ମନଦେବାକୁ କହିଲେ । ସେ ଖାଲି କହୁଥାଏ, “ହଁ ହଁ, ଦେଖିବା । ସମୟ କ’ଣ କୁଆଡେ ପଳାଇ ଯାଉଛି?”

                କିନ୍ତୁ ସମୟ ସତରେ ପଳାଇଯାଏ । ହଠାତ୍ ଦିନେ ତା’ ବାପା ବେମାର ପଡିଲେ ଓ ତାଙ୍କର ପରଲୋକ ହୋଇଗଲା । ଏଭଳି ଏକ ଘଟଣା ଘଟିବ ବୋଲି କିଶୋର ତ କେବେବି କଳ୍ପନା କରି ନଥିଲେ । ବର୍ତ୍ତମାନ ପରିବାରର ବୋଝ ଆସି ତା’ ଉପରେ ପଡିଲା । ମା’ ଖାଲି ଦୁଃଖରେ ନୀରବ ହୋଇ ବସିଥାନ୍ତି । ସାନ ସାନ ଭାଇ ଭଉଣୀମାନେ ତା’ ମୁହଁକୁ ଅତି ବିକଳରେ ଅନାଇଥାନ୍ତି । କିନ୍ତୁ ସେ ନା କାମଦାମ କରିବାକୁ ଶିଖିଥାଏ, ନା ଗାଁ ଲୋକଙ୍କ ସାଙ୍ଗରେ ମିଳିମିଶି ସେମାନଙ୍କଠୁଁ କିଛି ସାହାଯ୍ୟ, ପରାମର୍ଶ ପାଇବା ଭଳି ଅବସ୍ଥାରେ ଥାଏ!

ଦିନେ ସନ୍ଧ୍ୟାବେଳେ ସେ ମନ ଖରାପ କରି ବାଟରେ ବୁଲୁ୍ଥାଏ । କେତେବେଳେ ଯେ ଅନ୍ୟମନସ୍କ ଭାବରେ ଗାଁ ପାଖ ବଣ ଭିତରେ ପଶିଗଲାଣି, ସେକଥା ସେ ଜାଣି ନଥାଏ । ତାକୁ ହଠାତ୍ କିଏ ପ୍ରଶ୍ନ କଲା, “ତୁ କିଏ କିରେ?”

କିଶୋର ପ୍ରଥମେ ବୁଝିପାରିଲା ନାହିଁ କିଏ କେଉଁଠାରୁ ତାକୁ ପ୍ରଶ୍ନ କରୁଛି । ସେ କଣ୍ଠସ୍ୱର ବହୁତ ଅସ୍ୱାଭାବିକ ଶୁଭୁଥିଲା । ସେ ଏଣେ ତେଣେ ଅନାଇଲା । ଦେଖିଲା ଗୋଟିଏ ବାୟବୀୟ ଚେହେରା ତା’ ଆଡେ ଧିରେ ଧିରେ ଅଗ୍ରସର ହୋଇ ଆସୁଛି ।

“ଆରେ ମୋ ପ୍ରଶ୍ନର ଉତ୍ତର କାହିଁକି ଦେଉନାହଁ?” ଏଥର କଣ୍ଠସ୍ୱର ଅପେକ୍ଷାକୃତ ତୀବ୍ର ଶୁଭିଲା । କିଶୋର ବି ତାକୁ ସ୍ପଷ୍ଟ ଭାବରେ ଦେଖି ପାରିଲା ।

                ସେ ଟିକିଏ ନିରେଖି ଦେଖି ବୁଝିଲା, ଗୋଟାଏ ପିଶାଚୁଣୀ ତାକୁ ସେ ପ୍ରଶ୍ନ କରୁଛି । କିଶୋର ପ୍ରଥମେ ଡରିଗଲା । ତା’ପରେ ସେ ସାହସ ସଂଚୟ କରି ନିଜର ସବୁ ଦୁଃଖ ସେ ପିଶାଚୁଣୀ ଆଗରେ କହିଲା । ପିଶାଚୁଣୀ କହିଲା, “ଏଇ କଥା? ତୋ ପକ୍ଷରେ ଆତ୍ମହତ୍ୟା କରିବା ଉଚିତ୍ । ସବୁ କଥା ଏକାଥରେ ଛିଡିଯିବ । ଚାଲ, ମୁଁ ତୋତେ ଗୋଟାଏ କୂଅ ପାଖକୁ ନେଇଯିବି ।”


ଗପ ସାରଣୀ

ତାଲିକାଭୁକ୍ତ ଗପ