ଶକ୍ତି-ଯୁକ୍ତି

ଅବନ୍ତୀ ରାଜ୍ୟର ଅମରପୁରୀ ନାମକ ଏକ ଗ୍ରାମରେ ଶମ୍ଭୁଦତ ନାମକ ଜଣେ ଯୁବକ ରହୁଥା’ନ୍ତି । ତାଙ୍କର ଅଭିଳାଷ ଥାଏ ସେ ନିଜ ପିତାଙ୍କର ଏକ ଯୋଗ୍ୟ ପୁତ୍ର ହେବେ । ତାଙ୍କର ପିତା ଶିବଦତ ଅତ୍ୟନ୍ତ ଲୋକପ୍ରିୟ ଥିଲେ । ତାଙ୍କର ଲୋକହିତକର କାର୍ଯ୍ୟ ପାଇଁ ଲୋକମାନେ ସର୍ବଦା ତାଙ୍କୁ ବହୁତ ପ୍ରଶଂସା କରୁଥିଲେ । ସେତେବେଳେ ଅବନ୍ତୀର ରାଜା ଚକ୍ରନେମୀ ଥିଲେ ଯିଏ କି ନିଜ ଖଳ ପ୍ରକୃତି ପାଇଁ ବେଶ୍ ପ୍ରସିଦ୍ଧ ଥିଲେ । ପ୍ରଜାଙ୍କର ଧନ ସବୁ ସେ ନିଜେ ଖର୍ଚ୍ଚ କରି ସେହି ରାଜା ବିଳାସବ୍ୟସନ ଭିତରେ ସମୟ କାଟୁଥିଲେ, ପ୍ରଜାଙ୍କର ଦୁଃଖ କଷ୍ଟ ପ୍ରତି ସେ ଆଦୌ କୌଣସି ଧ୍ୟାନ ଦେଉ ନଥିଲେ ।

ଏପରି ଏକ ପରିସ୍ଥିତିରେ ଶିବଦତ ନିଜ ଗ୍ରାମ ଲୋକଙ୍କର ସର୍ବଦା ସେବା ସାହାଯ୍ୟ କରୁଥିଲେ । କେହି ବେମାର ହେଲେ ସେ ତାକୁ ନିଜ ଗାଡିରେ ରାଜଧାନୀକୁ ନେଇ ସେଠାରେ ତା’ର ଚିକିତ୍ସା କରାଉଥିଲେ । ଗ୍ରାମର ଦରିଦ୍ର ବାଳକବାଳିକା ମାନଙ୍କୁ ପଢାପଢି ପାଇଁ ସେ ଅନେକ ଟଙ୍କା ସାହାଯ୍ୟ ଦେଉଥିଲେ । ଗ୍ରାମବାସୀଙ୍କ ସହଯୋଗରେ ଗ୍ରାମର ରାସ୍ତା ସେ ମରାମତି କରୁଥିଲେ । ତାଙ୍କର ଆୟୁବିଜ୍ଞାନ ବିଷୟରେ କିଛି ଜ୍ଞାନ ଥିଲା; ଛୋଟ ଛୋଟ ରୋଗ ପାଇଁ ସେ ତୁଟୁକା ଔଷଧମାନ ଦେଉଥିଲେ । ରାତିରେ ଗ୍ରାମର ନିରକ୍ଷର ଲୋକଙ୍କୁ ପଢାଇବାର ବ୍ୟବସ୍ଥା ସେ କରାଉଥିଲେ, ଗ୍ରାମର ସ୍ୱାସ୍ଥ୍ୟରକ୍ଷା ପାଇଁ ସଫେଇ କାର୍ଯ୍ୟ ମଧ୍ୟ ସେ କରାଉଥିଲେ ।

ଶିବଦତଙ୍କ ମୃତ୍ୟୁ ପରେ ଶମ୍ଭୁଦତ ମଧ୍ୟ ତାଙ୍କ ପିତାଙ୍କ ପରି ଜନତାଙ୍କ ସେବା କରି ଯଶ ପ୍ରାପ୍ତ କରିବାକୁ ଚାହିଁଲେ । ସେତେବେଳକୁ ରାଜା ଚକ୍ରନେମୀଙ୍କର ମଧ୍ୟ ମୃତ୍ୟୁ ହୋଇ ଯାଇଥାଏ ଓ ତାଙ୍କ ପୁଅ ବିଜୟବର୍ମା ସିଂହାସନରେ ବସିଥା’ନ୍ତି । କିନ୍ତୁ ବିଜୟବର୍ମା ଖୁବ୍ ଭଲ ମଣିଷ ଥିଲେ; ସେ ତାଙ୍କ ପିତାଙ୍କ ପରି ବିଳାସବ୍ୟସନରେ ସମୟ ନ ବିତାଇ ପ୍ରଜାଙ୍କର ସୁଖ ଦୁଃଖ ବୁଝୁଥିଲେ । ପ୍ରଜାଙ୍କ କଲ୍ୟାଣ ପାଇଁ ସେ ନାନା ଯୋଜନା ପ୍ରସ୍ତୁତ କରୁଥିଲେ । ପୂର୍ବରୁ ଶିବଦତଙ୍କ ଯୋଗୁଁ ଗ୍ରାମର ସମସ୍ତେ ଅତ୍ୟନ୍ତ ସୁଖରେ ଥା’ନ୍ତି; ପୁଣି ରାଜାଙ୍କ ଦୟାଧର୍ମ ଯୋଗୁଁ ପ୍ରଜାମାନେ ମଧ୍ୟ ଆହୁରି ଅଧିକ ସୁଖସ୍ୱାଚ୍ଛନ୍ଦ୍ୟ ପ୍ରାପ୍ତ କଲେ ।

ଏପରି ସମୟରେ ଥରେ ଦୁଇଜଣ ଯାତ୍ରୀ ଆସି ସେହି ଗ୍ରାମରେ ପହଁଚିଲେ । ଗ୍ରାମରେ କୌଣସି ଅତିଥିଶାଳା ନଥିଲା, ତେଣୁ ଶମ୍ଭୁଦତ ସେମାନଙ୍କୁ ନିଜ ଘରେ ରଖିଲେ ଓ ସେମାନଙ୍କର ସେ ଯଥୋଚିତ ସେବା ସତ୍କାର ବି କଲେ । ଏଥିରେ ସେ ଦୁଇ ଅତିଥି ବହୁତ ଖୁସି ହେଲେ । ରାତିରେ ଖାଇବା ପୂର୍ବରୁ ସେ ଦୁହେଁ ଶମ୍ଭୁଦତଙ୍କ ସହିତ କିଛି କିଛି ବାର୍ତ୍ତାଳାପ କଲେ । ସେମାନେ ଶମ୍ଭୁଦତଙ୍କ ଆତିଥ୍ୟରେ ପ୍ରଶଂସା କଲେ । ଶମ୍ଭୁଦତ ନିଜର ପରିଚୟ ଦେଇ କହିଲେ, “ମୁଁ ମୋ ପିତାଙ୍କ ପରି ଜନତାଙ୍କର ସେବା କରି ଯଶଲାଭ କରିବାକୁ ଚାହେଁ । କିନ୍ତୁ ଆମ ନୂଆ ରାଜା ପ୍ରଜାମାନଙ୍କ ପାଇଁ ଏତେ ସୁବିଧା ସୁଯୋଗର ବ୍ୟବସ୍ଥା କରିଛନ୍ତି ଯେ ମୋର ଆଉ କିଛିବି କରିବା ପାଇଁ ଆବଶ୍ୟକତା ନାହିଁ । ଏଠାରେ କୌଣସି ଧର୍ମଶାଳା ନଥିବାରୁ ଆପଣମାନେ ଆଜି ମୋର ଅତିଥି ହୋଇ ମୋର ପରୋପକାରୀ ଗୁଣ ଜାଣି ପାରିଲେ ।”

ଏକଥା ଶୁଣି ସେ ଦୁଇଜଣଙ୍କ ମଧ୍ୟରୁ ଜଣେ ବ୍ୟଙ୍ଗ କରି ପଚାରିଲେ, “ରାଜା ଜନତାଙ୍କର ମଙ୍ଗଳ କରିବାରୁ ତୁମର ଏମିତି କ’ଣ ଦୁଃଖ ହେଉଛି କି?”

ଶମ୍ଭୁଦତ କହିଲେ “ନା, ନା, ସେପରି କିଛି ନୁହେଁ । ମୋର ଚିନ୍ତା ହେଉଛି ଜନତାଙ୍କ ସେବା କରିବା ପାଇଁ ମୋତେ କୌଣସି ସୁଯୋଗ ମଧ୍ୟ ମିଳୁନାହିଁ ।”

ତା’ପରେ ଦ୍ୱିତୀୟ ଯାତ୍ରୀ ହସି ହସି କହିଲେ, “ଭାଇ, ଆମ ରାଜା ତ ଜନତାଙ୍କ କଲ୍ୟାଣ ପାଇଁ ବହୁ ଯୋଜନା କରିଛନ୍ତି । ଆପଣଙ୍କ ପିତା ତ ଜଣେ ମହାନ୍ ବ୍ୟକ୍ତି ଥିଲେ । ତେଣୁ ଆପଣ ଜନତାଙ୍କର ସେବା କରନ୍ତୁ ବା ନ କରନ୍ତୁ, ସେମାନେ ଆପଣଙ୍କୁ ସଦା ସର୍ବଦା ଆଦର କରିବେ । କିନ୍ତୁ ଆମ ରାଜାଙ୍କ ଅବସ୍ଥା ସେପରି ନୁହେଁ । ସେ ତାଙ୍କ ପିତାଙ୍କର ଅପଯଶ ସବୁ ଦୂର କରିବାକୁ ବହୁତ ଚେଷ୍ଟା କରୁଛନ୍ତି ।”

ଏକଥା ଶୁଣି ଶମ୍ଭୁଦତ ମୌନ ରହିଲେ । ପରଦିନ ସକାଳୁ ଉଠି ଅତିଥିମାନେ ନିଜ ନିଜ ରାସ୍ତାରେ ଚାଲିଗଲେ ।

ଏହି ଘଟଣାର କିଛିଦିନ ପରେ ଦିନେ ଶମ୍ଭୁଦତ ଦରିଦ୍ର ଲୋକଙ୍କୁ ଅନ୍ନଦାନ ଦେବାର ଯୋଜନା କଲେ । ଠିକ୍ ସେହିଦିନହିଁ ରାଜା ଘୋଷଣା କଲେ କି ସେ ମଧ୍ୟ ଅନ୍ନଦାନ ଦେବେ । ତେଣୁ ଶମ୍ଭୁଦତ ଚୁପ୍ ରହିଲେ ।

କିଛିଦିନ ପରେ ଶମ୍ଭୁଦତ ଚାହିଁଲେ କି ସେ ତାଙ୍କ ପିତାଙ୍କ ନାମରେ ଏକ ଧର୍ମଶାଳା ତିଆରି କରିବେ । ଏକଥା ସେ ତାଙ୍କର ଜଣେ ବନ୍ଧୁଙ୍କୁ କହିଲେ । କିନ୍ତୁ ବନ୍ଧୁ କହିଲେ ଯେ ସେଭଳି ଏକ ବଡ କାମରେ ସେ ହାତ ଦେବା ମୋଟେ ଉଚିତ୍ ନୁହେଁ । କାହିଁକିନା ସେଥିଲାଗି ତ ଅନେକ ଧନବ୍ୟୟ ହେବ । ଶମ୍ଭୁଦତ ତାଙ୍କ ବନ୍ଧୁଙ୍କ କଥାକୁ ଉପେକ୍ଷା କରି ଧର୍ମଶାଳା ତିଆରି କରିବା ପାଇଁ ସବୁ ପ୍ରକାର ପ୍ରସ୍ତୁତି କରିବା ପରେ ଶୁଣିଲେ ରାଜା ଗୋଟିଏ ଧର୍ମଶାଳା ତିଆରି କରିବା ଆରମ୍ଭ କରି ଦେଇଛନ୍ତି । ତେଣୁ ସେ ସେହି କାର୍ଯ୍ୟରୁ କ୍ଷାନ୍ତ ହେଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ