ସ୍ୱାମୀ ବିବେକାନନ୍ଦ କାନ୍ଦି ପକାଇଲେ

ସେତେବେଳେ ଇଣ୍ଡିଆ ପରାଧୀନ ଥିଲା । ସ୍ୱାମୀ ବିବେକାନନ୍ଦ ଆମେରିକା ଯାଇଥାନ୍ତି । ସେଠାରେ ତାଙ୍କର ଜଣେ ଆମେରିକୀୟ ବନ୍ଧୁ ସ୍ୱାମିଜୀଙ୍କୁ ପଚାରିଲେ, “ସ୍ୱାମିଜୀ! ଆପଣଙ୍କ ଦେଶର ଲୋକ ବହୁତ ଭଲ । ସେମାନେ ଅପରାଧ କରନ୍ତି ନାହିଁ । ପ୍ରାୟତଃ ହିଂସ୍ରୁକ ନୁହଁନ୍ତି । ଇଣ୍ଡିଆ ଏହି ହିସାବରେ ନିଶ୍ଚୟ ଏକ ଭାଗ୍ୟଶାଳୀ ରାଷ୍ଟ୍ର ।”

                ଏକଥା ଶୁଣି ସ୍ୱାମିଜୀଙ୍କ ହୃଦୟ କୋହରେ ଭରିଗଲା । ତା’ପରେ ସେ ହଠାତ୍ କାନ୍ଦି ପକାଇଲେ । ଦୁଇ ଆଖିରୁ ତାଙ୍କର ଝରଝରହୋଇ ଲୁହ ଝରି ଆସୁଥାଏ । ତାଙ୍କର ଥରିଲା କଣ୍ଠରୁ ମାତ୍ର ଏତିକି ବାହାରିଲା – “ଆହା! ମୋର ଦେଶବାସୀ କିଛି ଅପରାଧ କରିପାରନ୍ତେ କି?”

                ଏହାଶୁଣି ସେ ଆମେରିକାର ଲୋକଟି ଆଶ୍ଚର୍ଯ୍ୟ ହୋଇଗଲା । ପଚାରିଲା, “ସ୍ୱାମିଜୀ! ଏଭଳି କଥା କହୁଛନ୍ତି କାହିଁକି? ଅନ୍ୟ ଦେଶ ଲୋକଙ୍କ ଭଳି ଆପଣଙ୍କ ଦେଶର ଲୋକେ ଅପରାଧୀ ନୁହଁନ୍ତି ବୋଲି ମୁଁ ପ୍ରଶଂସା କରୁଥିଲା ବେଳେ, ସେମାନେ ଅପରାଧୀ ହୁଅନ୍ତୁ ବୋଲି କହିବା ଆପଣଙ୍କର କେତେ ଦୂର ଠିକ୍?”

                ଏଥର ବିବେକାନନ୍ଦ ଅତି ଗମ୍ଭୀର ହୋଇ ଉତ୍ତର ଦେଲେ, “ହଁ, ମୁଁ ଚାହୁଁଛି । କାରଣ ମୋ ଦେଶ ପରାଧୀନ ଅଟେ । ଲୋକମାନେ ଇଂରେଜ ଶାସନର ଅତ୍ୟାଚାରରେ ଅତିଷ୍ଠ ହୋଇଗଲେଣି । ସେମାନେ ଭାରି ଭୀରୁ ଓ କାପୁରୁଷ ବି ପାଲଟିଗଲେଣି । ଲୋକମାନେ ଏତେ ଭୟଭୀତ ଓ ଆତଙ୍କିତ ଯେ ସେମାନେ ଅପରାଧ କରିବା ତ ଦୂରର କଥା, ମୁଣ୍ଡଟେକି ଚାଲିବା ମଧ୍ୟ ଭୁଲିଗଲେଣି । ମୁଁ ଚାହୁଁଛି ମୋ ଦେଶବାସୀ ସାହସୀ ହୁଅନ୍ତୁ । ବୀରଦର୍ପରେ ସେମାନଙ୍କର ଜୀବନ ନିର୍ବାହ କରନ୍ତୁ । କୌଣସି କାର୍ଯ୍ୟ ପାଇଁ ସେମାନଙ୍କ ମନରେ ଉତ୍ସାହ ଆସୁ ନାହିଁ । କର୍ମହୀନ, ସ୍ୱାଭିମାନହୀନ ଦେଶବାସୀଙ୍କୁ ନେଇ କୌଣସି ଦେଶ କେବେ ହେଲେ ବି ଉନ୍ନତି କରିପାରିବ ନାହିଁ ।”

                ଏହିଭଳି କଥୋପକଥନରୁ ଜଣାପଡୁଥିଲା ଯେ, ସ୍ୱାମିଜୀ ଆମ ଇଣ୍ଡିଆ ନିର୍ମାଣ ପାଇଁ କେତେ ମାତ୍ରାରେ ଚିନ୍ତିତ ଥିଲେ । ତାଙ୍କର ମୂଳ ଲକ୍ଷ୍ୟ ଥିଲା – ସୁଖ, ସମୃଦ୍ଧି, ତେଜସ୍ୱୀ ଇଣ୍ଡିଆ ଗଠନ କରିବା ।

ସୁତରାଂ ଥରେ ବିଶ୍ୱକବି ରବୀନ୍ଦ୍ରନାଥ ଠାକୁର କହିଥିଲେ, “ଯଦି ତୁମେ ଇଣ୍ଡିଆକୁ ଜାଣିବାକୁ ଚାହୁଁଛ ତେବେ ବିବେକାନନ୍ଦଙ୍କ ବିଷୟରେ ଅଧ୍ୟୟନ କର ।”


ଗପ ସାରଣୀ

ତାଲିକାଭୁକ୍ତ ଗପ