ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ସାହାସିକ କାର୍ଯ୍ୟ

ହେମଗିରି ନାମରେ ଛୋଟିଆ ଗାଁଟିଏ ଥାଏ । ଦଶଜଣ ଡାକୁ ମିଶି ସେଠାରେ ଗୋଟିଏ ଡାକୁଦଳ ଗଢିଥା’ନ୍ତି । ଗାଁ ପାଖରେ ଥିବା ବଣ ଭିତରେ ସେ ଡାକୁମାନେ ରହୁଥାନ୍ତି । ହେମଗିରି ଗାଁ ସେମାନଙ୍କର ଶୀକାର କ୍ଷେତ୍ର ହୋଇଯାଇଥାଏ । ସେମାନେ ମଝିରେ ମଝିରେ ଏଇ ଗାଁକୁ ଆକ୍ରମଣ କରି ଗ୍ରାମବାସୀଙ୍କର ଧନସମ୍ପତ୍ତି ନେଇ ଯା’ଆନ୍ତି; ତା’ ଛଡା ଜଣେ ଦୁଇଜଣ ସୁନ୍ଦରୀ ଝିଅ ଓ ଗୋଟିଏ ଦୁଇଟି ପିଲା ମଧ୍ୟ ଜବରଦସ୍ତି ନେଇ ଯା’ଆନ୍ତି । ସେମାନଙ୍କ ଏଭଳି ଅତ୍ୟାଚାର ଯୋଗୁଁ ଗ୍ରାମବାସୀମାନେ ନାହିଁ ନଥିବା ଦୁଃଖ ଓ କଷ୍ଟରେ ଜୀବନ କାଟୁଥା’ନ୍ତି । କେହି କେହି ଭାବନ୍ତି ଯେ ବରଂ ଏ ଗ୍ରାମ ଛାଡି ଦୂରକୁ ଯାଇ ଅନ୍ୟ କେଉଁ ଗ୍ରାମରେ ବସବାସ କରନ୍ତେ । ସେମାନେ ଏ ବିଷୟରେ ଅନେକ ଭାବିଲେ; ଅବିଶେଷରେ ସେମାନେ ଏ ଦାୟିତ୍ୱ ବୀରସେନ ନାମକ ଏକ ଯୁବକ ଉପରେ ଦେଲେ । ସେ ଉପଯୁକ୍ତ ଗ୍ରାମ ଦେଖିବାକୁ ବାହାରି ପଡିଲା ।

ପ୍ରଥମେ ସେ ଯାଇ ଏକ ପଡୋଶୀ ଗ୍ରାମରେ ପହଁଚିଲା ଓ ସେଠାକାର ମୁଖିଆଙ୍କ ସହ ଦେଖାକରି ନିଜ ଗ୍ରାମର ଦୁଃଖ କଥା ଜଣାଇଲା । ସବୁ ଶୁଣି ସେ ମୁଖିଆ କହିଲେ, “ଦେଖ ଭାଇ, ଡାକୁମାନେ ଆସି ଯେତେବେଳେ ଦେଖିବେ ଯେ ହେମଗିରି ଗାଁ ଶୂନ୍ୟ ହୋଇ ଯାଇଛି ସେତେବେଳେ ତ ସେମାନେ ନିଶ୍ଚୟ ଲୋକେ କୁଆଡେ ଗଲେ ବୋଲି ସେ ବିଷୟରେ ଅନୁସନ୍ଧାନ କରିବେ । ତମ ଗାଁର ସବୁଲୋକ ଏଠାରେ ବସବାସ କଲେ ଡାକୁଦଳ ଏ ଗାଁକୁ ମଧ୍ୟ ନଷ୍ଟ ବିନଷ୍ଟ କରିଦେବେ । ତମେମାନେ ନିଜେ ଶକ୍ତି ସଂଚୟ କରି ଡାକୁଦଳ ସହିତ ମୁକାବିଲା କର । ତୁମକୁ ଦୁର୍ବଳ ଜାଣି ସେମାନେ ଏପରି ଅତ୍ୟାଚାର କରୁଛନ୍ତି । କାହିଁ ଆମ ଗ୍ରାମର ସୀମାପର୍ଯ୍ୟନ୍ତ କେବେ ସେମାନେ ଆସିଛନ୍ତି କି?”


ଗପ ସାରଣୀ

ତାଲିକାଭୁକ୍ତ ଗପ