ଲୋଭୀ ବୁଢୀର କୁକୁଡା

ଜଣେ ବୁଢୀ ଗୋଟିଏ କୁକୁଡା ପୋଷିଥାଏ । ଆଉ ସେ କୁକୁଡାଟି ପ୍ରତିଦିନ ଗୋଟିଏ ଅଣ୍ଡା ଦିଏ । ବୁଢୀ ସେ ଅଣ୍ଡାକୁ ଭାଜି ବେଶ୍ ଆନନ୍ଦରେ ଜଳଖିଆ କରେ । ଥରେ ବୁଢୀ ଭାବିଲା, କୁକୁଡାକୁ ଅଧିକା ଦାନା ଦେଲେ ସେ ଦିଟା ଅଣ୍ଡା ଦିଅନ୍ତା । ସେପରି ହେଲେ ତା’ର ଜଳଖିଆଟା ଖୁବ୍ ଜମନ୍ତା । ତାପରଦିନ ସକାଳୁ ବୁଢୀ କୁକୁଡାକୁ ଅଧିକା ଦାନା ଦେଲା । ପେଟେ ଲେଖା ଖାଇ କୁକୁଡା ମୋଟେଇଲା । ଫଳରେ କିଛିଦିନ ପରେ ସେ କୁକୁଡାଟି ଆଉ ଅଣ୍ଡା ଦେଲା ନାହିଁ ।

ଅଧିକ ଲୋଭ ମହା ବିପଦ ।


ଗପ ସାରଣୀ

ତାଲିକାଭୁକ୍ତ ଗପ