ଅବତାର ଭକ୍ଷଣ

କାଶମ ଅଲ୍ଲୀ ମୁସଲମାନ୍ ହେଲେ ହେଁ ଗୋପାଳ ଭାଣ୍ଡ ସଙ୍ଗେ ତାର ବେଶ୍ ବନ୍ଧୁତା ଥିଲା । ଏକ ସଙ୍ଗରେ ବସି କଥା ବାର୍ତ୍ତା ହେଉ ଥିଲେ । ଦିନେ ମଧ୍ୟାହ୍ନ ସମୟରେ କୌଣସି କାର୍ଯ୍ୟ ବଶତଃ ଗୋପାଳ ଭାଣ୍ଡ ଅଲ୍ଲୀ ଘରକୁ ଗଲା । ସେତେ ବେଳକୁ ଅଲ୍ଲୀ ମୁଣ୍ଡା ମାଛ ନେଇ ଭାତ ଖାଉ ଥାଏ । ଗୋପାଳ ତାକୁ ଦେଖି ହସି ହସି କହିଲା – କ’ଣ ଭକ୍ଷଣ କରୁଛ ଅଲ୍ଲୀ ସାହେବ?

                 ଭାତ ଗୁଣ୍ଡାଟା ଗର୍ଭସାତ କରି ଅଲ୍ଲୀମିଆଁ ଉତ୍ତର ଦେଲା – ତୁମର ଅବତାର ଭକ୍ଷଣ କରୁଛି ବନ୍ଧୁ ।

                 ଗୋପାଳ ସଙ୍ଗେ ସଙ୍ଗେ ପୁଣି ପଚାରିଲା – ଆମର ତୃତୀୟ ଅବତାର ତ?

                 ମୁସଲମାନ୍ ମାନେ ଘୁଷୁରି ବା ବରାହ ନାମ ଶୁଣିଲେ ଅନ୍ନ ଭୋଜନ କରନ୍ତି ନାହିଁ । ବିଷ୍ଣୁଙ୍କର ତୃତୀୟ ଅବତାର ବରାହ ଶୁଣି ସେ ଆଉ ଭୋଜନ କଲା ନାହିଁ ।


ଗପ ସାରଣୀ

ତାଲିକାଭୁକ୍ତ ଗପ