ଦାସତ୍ତ୍ଵର ଶୃଙ୍ଖଳ

ଏଣେ ନିଶା ଗରଜୁଥାଏ । ତେଣେ ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପି ଝିପି ବର୍ଷା ମଧ୍ୟ ହେଉଥାଏ । ଠିକ୍ ସେହି ସମୟରେ ଆଖପାଖର ବଣବୁଦା ଭିତରୁ ସାଇଁ ସାଇଁ ପବନ ଭାସି ଆସୁଥାଏ । ମଝିରେ ମଝିରେ ଘଡଘଡି ଓ ଶ୍ୱାନଶ୍ୱାପଦଙ୍କ ରଡି ସହିତ ଅଶରୀରୀମାନଙ୍କ ଅଟ୍ଟହାସ୍ୟ ବି ଶୁଭୁଥାଏ । ଆହୁରି ପୁଣି ଘନ ଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ ।

                କିନ୍ତୁ ରାଜା ବିକ୍ରମାର୍କ ତିଳେ ମଧ୍ୟ ବିଚଳିତ ବୋଧ ନକରି ପୁନର୍ବାର ସେହି ବୃକ୍ଷଟି ପାଖକୁ ଲେଉଟି ଆସିଲେ ଓ ବୃକ୍ଷାରୋହଣ କରି ଶବଟିକୁ ସିଧା ଉତାରି ଆଣିଲେ । ତେବେ ତାକୁ କାନ୍ଧରେ ପକାଇ ସେ ସେହି ଶୂନ୍ଶାନ୍ ଶ୍ମଶାନ ପଥ ଅତିକ୍ରମ କରିବାକୁ ଉଦ୍ୟତ ହୁଅନ୍ତେ ଶବସ୍ଥିତ ସେହି ବେତାଳ କହିଲା, “ରାଜା! ତୁମେ ଏ ଦୁର୍ଯ୍ୟୋଗପୂର୍ଣ୍ଣ ରଜନୀରେ ଯେପରି ଦୁଃସାହସ ଦେଖାଉଛ ଓ ପରିଶ୍ରମ କରୁଛ ତାହା ଅସାଧାରଣ । ମୁଁ ତୁମ କାର୍ଯ୍ୟ ଦେଖି ଅତ୍ୟନ୍ତ ଆଶ୍ଚର୍ଯ୍ୟ ହେଉଛି, କିପରି ତମେ ରାଜସିଂହାସନ ଓ ଶାସନ କାର୍ଯ୍ୟ ଛାଡି ଏଠାରେ ଏତେଦିନ ରହୁଛ? ତମେ ଯାହା ଉପରେ ରାଜ୍ୟଭାର ଛାଡି ଆସିଛ ସେ ଯଦି ବିଶ୍ୱାସଘାତକତା କରିବ ତ କ’ଣ ହେବ? ସେ ଲୋକମାନଙ୍କ ଉପରେ ଅତ୍ୟାଚାର କରିଲେ ତମେ କ’ଣ ତାକୁ କେବେବି ଦଣ୍ଡ ଦେଇ ପାରିବ? ଠିକ୍ ଏହିପରି ଏକ ସମସ୍ୟା ଜଣେ ରାଜାଙ୍କର ହୋଇଥିଲା । ମନଦେଇ ତାହା ଶୁଣ । ଶୁଣିଲେ ତମ ଶ୍ରମଭାର ଲାଘବ ହେବ ।”

                ଅନେକ ଦିନ ତଳର କଥା । ଶତ୍ରୁଜିତ୍ ନାମକ ଜଣେ ରାଜା ଥା’ନ୍ତି । ପ୍ରଜାମାନଙ୍କ ମଙ୍ଗଳ ପାଇଁ ସେ ନିଜ ପ୍ରାଣ ସୁଧା ଉତ୍ସର୍ଗ କରିବାକୁ ମଧ୍ୟ ପଶ୍ଚାତ୍ପଦ ହେବେ ନାହିଁ । ସେ ଜଣେ ଶାନ୍ତିପ୍ରିୟ ରାଜା ଥିଲେ । ତେଣୁ ଶାସନ କାର୍ଯ୍ୟ କିପରି ସହଜରେ ଓ ସୁରୁଖୁରୁରେ ଚାଲିବ ସେଥିପାଇଁ ସେ ବହୁତ ଚିନ୍ତା କଲେ । ଏଡେ ବଡ ରାଜ୍ୟର ପ୍ରଜାମାନଙ୍କର ଭଲମନ୍ଦ ଦେଖିବା ଜଣକ ପକ୍ଷରେ ଅତ୍ୟନ୍ତ କଷ୍ଟକର । କାରଣ ସେ ଚାହୁଁଥିଲେ ପ୍ରଜାମାନଙ୍କର ଦୁଃଖ-ସୁଖ ସହିତ ଯେପରି ପ୍ରତ୍ୟକ୍ଷ ସମ୍ପର୍କ ରଖାଯାଏ । ସେଥିପାଇଁ ସେ ଏକ ନୂଆ ଯୋଜନା ପ୍ରସ୍ତୁତ କଲେ ।

ସେ ତାଙ୍କର ରାଜ୍ୟକୁ ଶହେ ଭାଗରେ ବିଭକ୍ତ କରି ପ୍ରତ୍ୟେକ ଭାଗ ଉପରେ ଜଣେ ଜଣେ ଅଧିକାରୀ ରଖିଲେ । ସେମାନେ ନିଜ ଅଧିକାରରେ ସ୍ୱାଧୀନ ଥିଲେ, କାର୍ଯ୍ୟକର୍ମରେ ମଧ୍ୟ ସ୍ୱାଧୀନ, ରାଜା କେବଳ ମଝିରେ ମଝିରେ ଖବର ରଖୁଥା’ନ୍ତି ଯେ, ତାଙ୍କ ରାଜ୍ୟ କିପରି ଚାଲିଛି । ରାଜାଙ୍କ ପାଖକୁ ପ୍ରାୟ କେହି ଅଭିଯୋଗ କରିବାକୁ ଆସନ୍ତି ନାହିଁ । ତେଣୁ ରାଜା ଜାଣିଲେ ଯେ ତାଙ୍କ ପ୍ରଜାମାନେ ବେଶ୍ ସନ୍ତୋଷରେ ଅଛନ୍ତି । ଏମିତି କିଛିଦିନ ବିତିଗଲା । ଥରେ ଶ୍ରୀକର ନାମକ ଜଣେ ବ୍ୟକ୍ତି ରାଜାଙ୍କ ପାଖକୁ ଆସି କହିଲା, “ମହାରାଜ, ଆପଣଙ୍କ ପାଖକୁ ଅଭିଯୋଗ ଆସୁନାହିଁ ବୋଲି ଆପଣ ଭାବୁଛନ୍ତି କି ପ୍ରଜାମାନେ ଅତ୍ୟନ୍ତ ସୁଖରେ ଅଛନ୍ତି? ଆପଣଙ୍କ ଅଧିକାରୀମାନେ ଏବେ ଧନ ଲୋଭରେ ଅତ୍ୟାଚାରୀ ଓ ସ୍ୱାର୍ଥପର ହୋଇ ଯାଇଛନ୍ତି; କାହାର ଦୁଃଖ, ଅଭିଯୋଗ ସେମାନେ କଦାପି ବି ଶୁଣନ୍ତି ନାହିଁ । ନ୍ୟାୟ ତ ଆଦୌ ନାହିଁ । ଉତ୍କୋଚ ଖାଇ ଖାଇ ସେମାନେ ଯଥେଷ୍ଟ ଖୁସିରେ ରହିଛନ୍ତି ଓ ସେମାନଙ୍କର ଧନସମ୍ପତ୍ତି ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ପ୍ରଜାଙ୍କ ଦୁଃଖ ପ୍ରତି ସେମାନେ ଆଦୌ ଧ୍ୟାନ ଦେଉ ନାହାଁନ୍ତି । ଆପଣ ଏହାର କୌଣସି ଆଶୁ ପ୍ରତିକାର ଯଥାଶୀଘ୍ର କରନ୍ତୁ ।”

ରାଜା ପଚାରିଲେ “ତୁମ ଉପରେ କ’ଣ ଅତ୍ୟାଚାର ହୋଇଛି କୁହ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ