ସାହସ ପାଇଁ ଶାନ୍ତି ପୁରସ୍କାର

ଚଳିତ ବର୍ଷ ନୋବେଲ୍ ଶାନ୍ତି ପୁରସ୍କାର ବର୍ମାର ଶ୍ରୀମତୀ ଆଙ୍ଗ ସାନ ଚିଙ୍କୁ ମିଳିଛି । ଏହା ଇଣ୍ଡିଆ ପାଇଁ ମଧ୍ୟ ଅତ୍ୟନ୍ତ ଗୌରବର ବିଷୟ । କାରଣ ଶ୍ରୀମତୀ ସାନ୍ ଚି, ପିଲାବେଳେ ଇଣ୍ଡିଆରେ ହିଁ ବିଦ୍ୟାଶିକ୍ଷା ଆରମ୍ଭ କରିଥିଲେ । ସେତେବେଳେ ତାଙ୍କ ମା’ ଶ୍ରୀମତୀ ଖିନ ଚି ଥିଲେ ଇଣ୍ଡିଆରେ ବର୍ମାର ରାଷ୍ଟ୍ରଦୂତ ।

                ତାଙ୍କ ପ୍ରଶଂସାପତ୍ରରେ ଲେଖା ହୋଇଛି ଯେ ତେୟାଳିଶ ବର୍ଷର ଏହି ଭଦ୍ର ମହିଳା ଯିଏ କି ଦୁଇଟି ସନ୍ତାନର ଜନନୀ, ଆନ୍ତର୍ଜାତିକ କ୍ଷେତ୍ରରେ ବିଶ୍ୱଶାନ୍ତି ପାଇଁ ସେ ଅନେକ ସତ୍କାର୍ଯ୍ୟ କରିଛନ୍ତି । ଶାନ୍ତିପୂର୍ଣ୍ଣ ଭାବରେ ଗଣତନ୍ତ୍ରର ପ୍ରସାର, ମାନବର ଜନ୍ମଗତ ଅଧିକାର ଓ ଜାତୀୟ ସଦ୍ଭାବ ଇତ୍ୟାଦି ପାଇଁ ସେ ସଂଗ୍ରାମ କରିଛନ୍ତି । ସେଥିପାଇଁ ତାଙ୍କୁ ନୋବେଲ୍ ଶାନ୍ତିପୁରସ୍କାର ମିଳିଛି । ଏସିଆର ନାଗରିକ ସାହସ ପ୍ରଦାନ ପାଇଁ ସେ ଥିଲେ ଏକ ଅଦ୍ଭୁତ ଉଦାହରଣ । ଶ୍ରୀମତୀ ସୁ ଚି ଥିଲେ ଅଙ୍ଗ ସାନ୍ଙ୍କର କନ୍ୟା । ଅଙ୍ଗ ସାନ୍ଙ୍କୁ ଆଧୁନିକ ବର୍ମାର ପ୍ରତିଷ୍ଠାତା ବୋଲି ଲୋକ ମାନନ୍ତି । ପୂର୍ବେ ବର୍ମା ବ୍ରିଟିଶଶାସନ ସମୟରେ ଇଣ୍ଡିଆର ଏକ ଅଂଶ ଥିଲା । ଆଙ୍ଗ ସାନ୍ ସେତେବେଳଠାରୁ ସ୍ୱାଧିନତା ସଂଗ୍ରାମରେ ଭାଗ ନେଇଥିଲେ । ସେତେବେଳେ ତାଙ୍କୁ ବର୍ମାର ଜନନାୟକ ଭାବରେ ସମସ୍ତେ ଗ୍ରହଣ କରିଥିଲେ । ୧୯୪୭ର ୧୯ ଜୁଲାଇରେ ଆଙ୍ଗ ସାନ୍ଙ୍କୁ ତାଙ୍କର ଆଠଜଣ ସାଥୀଙ୍କ ସହିତ ହତ୍ୟା କରିଦିଆଗଲା । ସ୍ୱାଧିନ ବର୍ମା ପାଇଁ ଏହା ଥିଲା ଏକ ଦୁଃଖପୂର୍ଣ୍ଣ ଘଟଣା । ସେତେବେଳେ ସୁ ଚି ଥିଲେ ମାତ୍ର ଦୁଇବର୍ଷର ଶିଶୁ ।


ଗପ ସାରଣୀ

ତାଲିକାଭୁକ୍ତ ଗପ