Category - ଜହ୍ନ ମାମୁଁ

ଧୂସର ଦୁର୍ଗ

ଅତିକାୟ ପକ୍ଷୀ ଉପରେ ବସି ଚନ୍ଦ୍ରବର୍ମା ଆରାମ୍ରେ ଉଡି ଚାଲିଥିଲେ । ହଠାତ୍ ପକ୍ଷୀଟି ଗୋଟିଏ ସରୋବରରେ ଭାସୁଥିବା କୁମ୍ଭୀରକୁ ଲକ୍ଷ୍ୟ କରି ଝାମ୍ପ ମାରିବା ଫଳରେ ଚନ୍ଦ୍ରବର୍ମା ଖସି ପଡିଲେ । କୌଣସି ମତେ ସେ କୂଳକୁ ଆସି ତାନ୍ତ୍ରିକ ଶଂଖୁ ଥିବା ପାହାଡ ଆଡେ ଗଲା ବେଳକୁ କାପାଳିନୀ ବୁଢୀର ଆର୍ତ୍ତନାଦ ଶୁଣି ତା’ ପାଖରେ ସେ ପହଁଚିଲେ । ଦୁଇ ଶିଳାଖଣ୍ଡ ମଝିରେ...

Read More

ମନ୍ତ୍ର – ସିଂହାସନ

ନିଶା ଗରଜୁଥାଏ । ସାଇଁ ସାଇଁ ଶୀତଳ ପବନ ସାଙ୍ଗକୁ ମଧ୍ୟେ ମଧ୍ୟେ ବର୍ଷା ବି ପିଟୁଥାଏ । ବଜ୍ରଧ୍ୱନି ଓ ଶ୍ୱାନଶ୍ୱାପଦଙ୍କ ରଡି ମଝିରେ ଅଶରିରୀମାନଙ୍କ ଅଟ୍ଟହାସ୍ୟ ଶୁଭୁଥାଏ । ଘନ ଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ । ତଥାପି ରାଜା ବିକ୍ରମାର୍କ ତିଳେ ହେଲେ ମଧ୍ୟ ଦ୍ୱିଧା ନକରି ପୁନର୍ବାର ସେ ପ୍ରାଚୀନ ବୃକ୍ଷଟି ପାଖକୁ ଲେଉଟି ଆସିଲେ ଏବଂ...

Read More

ଆରୋଗ୍ୟ ରହସ୍ୟ

ସୁବର୍ଣ୍ଣପୁରୀର ରାଜା ବିକ୍ରମସେନ ଦୀର୍ଘକାଳ ଅସୁସ୍ଥ ରହି ପ୍ରାଣର ଆଶା ଛାଡି ଦେଇଥିଲେ । ସେ ଯେଉଁଦିନ ସୁସ୍ଥ ହୋଇ ନଅରର ସଭାକକ୍ଷ ଭିତରକୁ ଆସିଲେ, ସେଦିନ ଅନେକ ଅମାତ୍ୟ ଓ ସାମନ୍ତ ଲୋକେ ତାଙ୍କୁ ଅଭିନନ୍ଦନ ଜଣାଇବାକୁ ସେଠାରେ ଆସି ପହଁଚିଲେ ।                 ହଠାତ୍ ସଭାଗୃହ ଭିତରକୁ ଜଣେ ମଳିମୁଣ୍ଡିଆ ପଶି ଆସିଲା । ତା’ ପଛେ ପଛେ ସଭାଗୃହ ଦ୍ୱାର ଜଗୁଥିବା...

Read More

ସଚ୍ଚା ଶିଳ୍ପୀ

ମନ୍ଦାକିନୀ ନଦୀ ତୀରରେ ମରକତପୁର ଗୋଟିଏ ସମୃଦ୍ଧ ଗ୍ରାମ ଥିଲା । ଏ ଗ୍ରାମର ଲୋକେ ସାହିତ୍ୟ, ସଂଗୀତ, ନୃତ୍ୟ ଇତ୍ୟାଦି କଳାର ବିଶେଷ ଆଦର କରୁଥିଲେ । ସେଥିପାଇଁ ସାରା ରାଜ୍ୟରେ ଏ ଗ୍ରାମର ବିଶେଷ ଖ୍ୟାତି ଥିଲା ।                 ଗ୍ରାମବାସୀମାନେ ବାରମାସରେ ତେର ପର୍ବ ପାଳନ କରୁଥିଲେ । ତେବେ ସବୁଠାରୁ ବଡ ଉତ୍ସବ ଦେବୀ ମଙ୍ଗଳାଙ୍କ ବାର୍ଷିକ ପୂଜା ଥିଲା ।...

Read More

ବୈରାଗ୍ୟ

ମହାରାଜା ମହାଜନକ ସନ୍ନ୍ୟାସ ଜୀବନ ଯାପନ କରିବା ଉଦ୍ଧେଶ୍ୟରେ ରାଜପ୍ରସାଦ ଛାଡି ଏକ ବଗିଚାରେ ଛୋଟ ଘରଟିଏ ବନାଇ ରହିଲେ । ସେ କଥାବାର୍ତ୍ତା ମଧ୍ୟ ପ୍ରାୟ ବନ୍ଦ କରିଦେଲେ । କିଛିଦିନ ପରେ ଦିନେ ସେ ତାଙ୍କ ସେବକକୁ ଡାକି କହିଲେ, “ମୋ ପାଇଁ କିଛି ଗେରୁଆ ବସ୍ତ୍ର ଓ ମାଟିର ଏକ ଭିକ୍ଷାପାତ୍ର ନେଇ ଆସ । ଆଉ ଗୋଟିଏ ବାରିକ ମଧ୍ୟ ଡାକି ଆଣିବୁ ।” ବାରିକ ଆସି ତାଙ୍କ...

Read More

ବିଜୟ ରହସ୍ୟ

ଅନେକ ଦିନ ତଳର କଥା । କମଲୁଦ୍ଦିନ୍ ଉଜ୍ବେକିସ୍ଥାନର ସୁଲତାନ୍ ରୂପେ ଅଭିଷିକ୍ତ ହେଲେ । ସେତେବେଳେ କମଲୁଦ୍ଦିନ୍ ବୟସରେ ତରୁଣ । ବାପା ହଠାତ୍ ମରିଯିବାରୁ ସେ ସିନା ସୁଲତାନ୍ ହେଲେ, କିନ୍ତୁ ଭୋଗବିଳାସ ଛାଡି ଶାସନ କାର୍ଯ୍ୟରେ ମନ ଦେବାକୁ ସେ ଆଦୌ ପ୍ରସ୍ତୁତ ନଥିଲେ ।                 ଦିନେ ଉଜୀର୍ ଆସି କହିଲେ, “ସୁଲତାନ୍! ଆମ ଗୁପ୍ତଚରମାନେ କହୁଛନ୍ତି, ଉତ୍ତର...

Read More

ବୁଦ୍ଧି ଓ ସିଦ୍ଧି

ଜାମପୁର ଗୋଟିଏ ସମୃଦ୍ଧ ଓ ବଡ ଗାଁ ଥିଲା । ସେଠାକାର ଶିବନାଥଙ୍କ ଏକମାତ୍ର ପୁଅ ସୁଧୀର ନିଜ ଗାଁ ବିଦ୍ୟାଳୟରେ ପାଠ ଶେଷ କରି ଗୋଟାଏ ପ୍ରକାର ଅଳସୁଆ ହୋଇଗଲା । ଖାଲିଟାରେ ବାରାନ୍ଦାରେ ବସିଥିବ, ନହେଲେ ଖଟିଆରେ ଶୋଇ ରହିଥିବ । କିଛି କାମଦାମରେ ମନ ଦେଲା ନାହିଁ । ଶିବନାଥ କି ତା’ ବୋଉ ତାକୁ ଯେତେ ବୁଝାଇଲେ ବି କିଛି ଫଳ ହେଲା ନାହିଁ ।                ...

Read More

ବନ୍ଦିନୀ ପରୀ

ଶମ୍ଭୁଦାସ ଅନୁରାଧାପୁରରେ ଦୋକାନଟିଏ କରି ରହୁଥିଲେ । ସେ ଦୂରବର୍ତ୍ତୀ ଏକ ସ୍ଥାନରୁ ଆସିଥିଲେ । ତେଣୁ ସେ ଅତୀତରେ କ’ଣ କରୁଥିଲେ, ସେକଥା ଅନୁରାଧାପୁରର କେହି ଲୋକ ଜାଣି ନଥିଲେ ।                 କେବଳ ବିଜୟ ସେକଥା ମୋଟାମୋଟି ଭାବେ ଜାଣିଥିଲା । ବିଜୟ ଗୋଟିଏ ପିଲା । ଛେଉଣ୍ଡ । ତାକୁ ଶମ୍ଭୁଦାସ ପାଳିଥିଲେ ।                 ବିଜୟକୁ ଶମ୍ଭୁଦାସ ବହୁତ ସ୍ନେହ...

Read More

ଶିବ ପୁରାଣ

ଥରେ ପାର୍ବତୀ ବିଷ୍ଣୁଙ୍କ ପାଖକୁ ଯାଇ କହିଲେ “ଭାଇ, ଶିବଙ୍କୁ ଗଜାସୁର ନିଜ ହୃଦୟରେ ଲିଙ୍ଗ ରୂପରେ ଲୁଚାଇ ରଖିଛି । ତାଙ୍କୁ କୈଳାସ ଫେରାଇ ଆଣିବା ପାଇଁ କିଛି ବ୍ୟବସ୍ଥା କରନ୍ତୁ ।”                 ଶ୍ରୀବିଷ୍ଣୁ ତାଙ୍କୁ ସାନ୍ୱନା ଦେଇ କହିଲେ, “ଭଉଣୀ, ମୁଁ ଖୁବ୍ ଅଳ୍ପ ଦିନରେ ତୁମ ଦୁଃଖ ଦୂର କରିବି ।” ତା’ପରେ ସେ କୈଳାସ ଓ ପାର୍ବତୀଙ୍କୁ ରକ୍ଷା କରିବା ଲାଗି...

Read More

ସହନ ଶକ୍ତିର ରହସ୍ୟ

ଶ୍ୱେତନଗର ଏକ ପାହାଡିଆ ଅଂଚଳରେ ଥିବା ସ୍ଥାନ । ଥରେ ପ୍ରବଳ ଶୀତ ପଡିଥାଏ । ଲୋକମାନେ ଘରୁ ବାହାରକୁ ବାହାରିପାରୁ ନଥା’ନ୍ତି । ସୂର୍ଯ୍ୟ ମୁଣ୍ଡ ଉପରକୁ ଉଠିଲେ କାମଦାମ ଆରମ୍ଭ କରନ୍ତି ଓ ସୂର୍ଯ୍ୟାସ୍ତ ହେବା ଆଗରୁ ଘରେ କବାଟ ଦେଇ ରହନ୍ତି । ଶୀତର ଏପରି ଭୟଙ୍କର ପ୍ରକୋପ ଥିଲା ଯେ ଗରୀବ, ଧନୀ ନିର୍ବିଶେଷରେ ସମସ୍ତେ କଷ୍ଟ ପାଉଥା’ନ୍ତି । ସେ ବର୍ଷ ପୁଣି ଯେପରି ଶୀତ...

Read More

ପିତୃଭକ୍ତି

ସୁଦର୍ଶନର ଜିଦ୍ଖୋର୍ ସ୍ୱଭାବ ଥିଲା । ତା’ର ମନକୁ ଯାହା ଆସେ, ତାହା ସେ ତୁରନ୍ତ କରି ବସେ । ବଡ ଲୋକଙ୍କର ଉପଦେଶକୁ ସେ ମୋଟେ କାନ ଦିଏ ନାହିଁ । କିନ୍ତୁ ସେ ନିଜେ ଯାହା କରେ, ତାହା ବିଷୟରେ ପ୍ରଥମେ ଉତ୍ତମ ରୂପେ ସେ ବିଚାର କରେ । ନିଜର ନିର୍ଣ୍ଣୟ ଅନୁସାରେ ସେ କାମ କରେ । କାହାର କଥାରେ ମଧ୍ୟ ସେ କେବେବି ହେଲେ ପ୍ରଭାବିତ ହୁଏ ନାହିଁ । ତା’ର ଏପରି ବିଚାର...

Read More

ସମ୍ରାଟ ଅଶୋକ

(ବିନ୍ଦୁସାରଙ୍କ ମରଣ ଉପରାନ୍ତେ ଯୁବରାଜ ଅଶୋକ ସୁଶେମ ଆଦି ଅନେକ ଗୃହଶତୃଙ୍କର ନିଧନ କରାଇଲେ । ଗୁରୁଜନଙ୍କ ଆଦେଶ ପାଳନ କରି ସେ ଦ୍ୱିତୀୟ ବିବାହ କଲେ ଓ ମଗଧର ରାଜା ହେଲେ । ମନ୍ତ୍ରୀ ଓ ସେନାଧ୍ୟକ୍ଷଙ୍କ ପରାମର୍ଶ କ୍ରମେ କଳିଙ୍ଗ ଆକ୍ରମଣର ପ୍ରସ୍ତୁତିର ଆୟୋଜନ କଲେ । ବିଦିଶା ଦେବୀଙ୍କୁ ଉଜ୍ଜୟିନୀରୁ ଫେରାଇ ଆଣିବା ପାଇଁ ଅଶୋକ ଅନେକ ପ୍ରଯତ୍ନ କଲେ । କିନ୍ତୁ ତାହା...

Read More

ଡାକୁ ଭୈରବ

ନିଶା ଗରଜୁ ଥାଏ । ତେଣେ ବାହାରେ ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ମୃଦୁ ମୃଦୁ ବର୍ଷା । ବଣବୁଦା ଭିତରୁ ସାଇଁ ସାଇଁ ଶବ୍ଦ ଭାସି ଆସୁଥାଏ ତଥା ଶ୍ୱାନଶ୍ୱାପଦଙ୍କ ରଡି ସାଙ୍ଗକୁ ଅଶରୀରୀମାନଙ୍କର ଅଟ୍ଟହାସ୍ୟ ଶୁଭୁଥାଏ । ଘନ ଘନ ବିଜୁଳି ଆଲୋକରେ ଭୟାବହ ମୁହଁଟିମାନ ଦିଶି ଯାଉଥାଏ ।                 କିନ୍ତୁ ରାଜା ବିକ୍ରମାର୍କ ତିଳେମାତ୍ର ମଧ୍ୟ ବିଚଳିତ ବୋଧ ନ...

Read More

ହାତ ଖର୍ଚ୍ଚ

ଚକ୍ରଧରପୁର ଗ୍ରାମରେ ଭରତ ନାମକ ଜଣେ କୃଷକ ବାସ କରନ୍ତି । ତାଙ୍କର ପାଞ୍ଚ ଏକର ଉର୍ବର ଜମି ଥାଏ । ପୁତ୍ର ଚନ୍ଦନ ଓ ସେ କଠିନ ପରିଶ୍ରମ କରି କ୍ଷେତରେ ସାରାବର୍ଷ ବିଭିନ୍ନ ପ୍ରକାରର ଫସଲ କରନ୍ତି । ତେଣୁ ସେମାନଙ୍କ ଆୟ ମଧ୍ୟ ଖୁବ୍ ଭଲ ହୁଏ । ଏ ବର୍ଷ ଭଲ ହରଡ ଡାଲି ଅମଳ ହୋଇଥାଏ । ସେମାନେ ସଠିକ୍ ଦାମ୍ରେ ତାହା ବିକ୍ରି କରିବାର ସୁଯୋଗର ଅପେକ୍ଷାରେ ରହିଥାନ୍ତି ।...

Read More

ସଂଚୟର ମହତ୍ୱ

ଏକ ଛୋଟ ଗ୍ରାମରେ ଅନନ୍ତର ଜନ୍ମ । ଅଠର ବର୍ଷ ବୟସରେ ବିଦ୍ୟାଳୟ ଶିକ୍ଷା ସମାପ୍ତ କରିବା ବେଳକୁ ତା’ ପିତାଙ୍କର ଦେହାନ୍ତ ଘଟିଲା । ତାକୁହିଁ କ୍ଷେତ ବାଡିର କଥା ବୁଝିବାକୁ ପଡିଲା । ଏଥି ସହିତ ସେ ନିଜ ପାଇଁ ଚାକିରୀଟିଏ ମଧ୍ୟ ଯୋଗାଡ କଲା ।       ଜମିଦାରଙ୍କ ଦୋକାନରେ ଛୋଟ ଚାକିରୀଟିଏ ପାଇ ସେ ଖୁବ୍ ଖୁସି ହେଲା । ଜମିଦାର ଜଗପତି ଜଣେ ସ୍ନେହଶୀଳ ବ୍ୟକ୍ତି । ନିଜର...

Read More

ଗପ ସାରଣୀ

ତାଲିକାଭୁକ୍ତ ଗପ