ଭାଲୁର ବୋକାମି

ଥରେ ଜଙ୍ଗଲରେ ବୁଲୁ ବୁଲୁ ଭାଲୁ ଗୋଟିଏ ମହୁମାଛି ଫେଣା ଦେଖିଲା, ତାପେରେ ତାର ଭାରି ଲୋଭ ହେଲା । ସେ ଫେଣା ଭାଙ୍ଗି ସବୁ ମହୁ ଖାଇବା ପାଇଁ ଭାଲୁ ଇଚ୍ଛା କଲା । ସେ ଫେଣା ପାଖକୁ ଯିବା ମାତ୍ରେ ସେ ଭାଲୁକୁ ଗୋଟିଏ ମହୁ ମାଛି ବିନ୍ଧି ଦେଲା । ଫଳରେ ସେ ଭାଲୁକୁ ବହୁତ କଷ୍ଟ ହେଲା, ତାପରେ ସେ ମହୁମାଛିଟି ଭାଲୁକୁ କହିଲା, ସେଥିରେ ତ ମୋ ପରି ବିନ୍ଧିବାକୁ ବହୁତ ମହୁ ମାଛି ଅଛନ୍ତି । ତେଣୁ ତୁମେ ସେ ଫେଣା ପାଖକୁ ମୋଟେ ଯାଅନାହିଁ ।

                କିନ୍ତୁ ସେ ଭାଲୁ ଏସବୁ ନଶୁଣି ମହୁଫେଣାକୁ ଭାଙ୍ଗିଦେଲା ଏବଂ ସେଥିରୁ ସବୁ ମହୁମାଛି ବାହାରି ଏ ଭାଲୁକୁ ବିନ୍ଧି ପକାଇଲେ । ତାପରେ ସେ ଭାଲୁ ଯନ୍ତ୍ରଣାରେ ଖାଲି ଅସ୍ତବ୍ୟସ୍ତ ହୋଇ ସେଠାରୁ ଚାଲିଗଲା ।

ଜାଣି ଶୁଣି କାହିଁକି ବିପଦକୁ ଆଦରିବ ।


ଗପ ସାରଣୀ

ତାଲିକାଭୁକ୍ତ ଗପ