ଜଗଦୀଶ୍ଚନ୍ଦ୍ରଙ୍କର ସ୍ୱଦେଶପ୍ରୀତି

ଇଣ୍ଡିଆରେ ଗୋରା ଶାସନକାଳର କଥା । ସେତେବେଳେ ଇଂରେଜ ସରକାର ଇଣ୍ଡିଆନମାନଙ୍କୁ କ୍ରୀତଦାସ ଭଳି ବ୍ୟବହାର କରୁଥିଲେ । ସେମାନେ ଯେ କେବଳ ଇଣ୍ଡିଆର ସ୍ୱାଧୀନତା ଅପହରଣ କରିନଥିଲେ, ତା ନୁହେଁ ବରଂ ସେମାନେ ପ୍ରତିଭାବାନ୍ ଇଣ୍ଡିଆନଙ୍କ ପ୍ରତିଭା, ବିଦ୍ବତା ଓ ବାଗ୍ମୀତାକୁ ମଧ୍ୟ ହୀନ ଦୃଷ୍ଟିରେ ଦେଖୁଥିଲେ । ମୋଟ ଉପରେ କହିବାକୁ ଗଲେ ସେମାନେ କଳା ଇଣ୍ଡିଆନମାନଙ୍କୁ ହୀନଦୃଷ୍ଟିରେ ଦେଖୁଥିଲେ । ଚାକିରି କ୍ଷେତ୍ରରେ ମଧ୍ୟ ସମାନ ପଦବୀରେ କଳାଗୋରା ଭେଦରେ ଦରମାରେ ତାରତମ୍ୟ ଦେଖାଯାଉଥିଲା ।

                ଠିକ୍ ସେତିକିବେଳେ ଜଗଦୀଶ୍ଚନ୍ଦ୍ର ବସୁ କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟରୁ ଶିକ୍ଷା ସମାପ୍ତ କରି ଫେରିଥାନ୍ତି । ଇଣ୍ଡିଆରେ ସାକ୍ଷାତ୍କାର ପରୀକ୍ଷା ଦେଇ ସେଥିରେ ସେ କୃତକାର୍ଯ୍ୟ ହେଲେ ଏବଂ ଏକ ନାଁକରା କଲେଜରେ ଅଧ୍ୟାପକ ପଦରେ ନିଯୁକ୍ତି ପାଇଗଲେ । କଲେଜରେ ଇଂରାଜୀ ଅଧ୍ୟାପକ ଭାବରେ ଏକ ମାସ କାଳ ପାଠପଢାଇ ସାରିଲେଣି । ମାସ ଶେଷରେ ବସୁଙ୍କୁ ଦରମା ମିଳିଲା, ହେଲେ ଇଏ କି ଅନ୍ୟାୟ କଥା? ତାଙ୍କୁ ଇଂରେଜ ଅଧ୍ୟାପକଙ୍କ ଅପେକ୍ଷା କମ୍ ଦରମା ଦିଆଗଲା । ଏଭଳି ଦରମା ତାରତମ୍ୟର ଘୋର ପ୍ରତିବାଦ କଲେ ବସୁ । ସୁତରାଂ ସେ ଦରମା ଗ୍ରହଣ କଲେ ନାହିଁ । କାରଣ ଏହା କେବଳ ବସୁଙ୍କ ପାଇଁ ନୁହେଁ, ସାରା ଇଣ୍ଡିଆନଙ୍କ ପାଇଁ ଘୋର ଅନ୍ୟାୟ ଥିଲା ।

ଏବେ ଜଗଦୀଶ୍ଚନ୍ଦ୍ର ବିନା ଦରମାରେ ପିଲାଙ୍କୁ ପାଠପଢାଉଥିଲେ ମଧ୍ୟ ଟିକିଏ ହେଲେ ବି ସେଥିରେ ସେ ହେଳା କଲେ ନାହିଁ । ତଥାପି ଇଂରେଜ ଅଧିକାରୀମାନେ ଜଗଦୀଶ୍ଙ୍କର କଥା ମୋଟେ ଶୁଣିଲେ ନାହିଁ । ହେଲେ ଜଗଦୀଶ ମଧ୍ୟ ଛାଡିବା ଲୋକ ନ ଥିଲେ । ତା’ପରେ ସେ ପୂର୍ବଭଳି ବିନା ଦରମାରେ ପାଠପଢାଇ ଚାଲିଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ