ଦୁଇଟି ମାଛ ଏବଂ ଏକ ବେଙ୍ଗର କାହାଣୀ

ଗୋଟିଏ ବଡ ପୁଷ୍କରିଣୀ ଥାଏ । ସେହି ପୁଷ୍କରିଣୀରେ ‘ଶତବୁଦ୍ଧି’ ଏବଂ ‘ସହସ୍ରବୁଦ୍ଧି’ ନାମକ ଦୁଇଟି ମାଛ ବାସ କରୁଥାଆନ୍ତି । ସେମାନେ ‘ଏକବୁଦ୍ଧି’ ନାମକ ଏକ ବେଙ୍ଗ ସହିତ ବନ୍ଧୁତା ସ୍ଥାପନ କଲେ । ତିନିବନ୍ଧୁ ପୋଖରୀ ମଧ୍ୟରେ ସୁଖରେ ସମୟ କଟାଉଥାନ୍ତି । ପ୍ରତିଦିନ ସନ୍ଧ୍ୟା ସମୟରେ ଏକତ୍ରିତ ହୁଅନ୍ତି । ଦିନେ ସନ୍ଧ୍ୟା ସମୟରେ ତିନିବନ୍ଧୁ ଏକାଠି କଥାବାର୍ତ୍ତା କରୁଥିବା ସମୟରେ ଦଳେ କେଉଟ ସେହି ରାସ୍ତାଦେଇ ଗଲେ । ପୋଖରୀକୁ ଦେଖି ଜଣେ କେଉଟ କହିଲା, ‘ଭାଇମାନେ ଆସନ୍ତାକାଲି ଏଠାକୁ ମାଛ ଧରିବା ପାଇଁ ଆସିବା’ । ତିନିବନ୍ଧୁ କେଉଟ ମାନଙ୍କର କଥା ଶୁଣିପାରିଲେ । ସେମାନଙ୍କ କବଳରୁ କିପରି ମୁକ୍ତି ପାଇବେ ସେ ସଂପର୍କରେ ଚିନ୍ତା କଲେ । ଜଣେ କହିଲା ଶୀଘ୍ର ଏହି ପୋଖରୀ ଛାଡି ଅନ୍ୟତ୍ର ପଳାଇବା । ସହସ୍ରବୁଦ୍ଧି କିନ୍ତୁ କହିଲେ, ‘କେଉଟମାନେ ସିନା କଥାରେ କହିଦେଲେ, ସେମାନେ କ’ଣ ସତରେ କାଲି ଆସିବେ । ଯଦି ବା ଆସିବେ ମୋତେ କଦାପି ଧରିପାରିବେ ନାହିଁ । ସେମାନଙ୍କ କବଳରୁ କିପରି ରକ୍ଷା ପାଇବି ସେ ଉପାୟ ମୋତେ ଜଣା । ଶତବୁଦ୍ଧି ମଧ୍ୟ ସହସ୍ରବୁଦ୍ଧିର କଥାରେ ଏକମତ ହୋଇ ଜନ୍ମସ୍ଥାନ ତ୍ୟାଗ କରି ନଯିବା ପାଇଁ ମତ ପ୍ରକାଶ କଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ