ରାକ୍ଷସର ଧର୍ମ

ରାଜା ବିକ୍ରମାଦିତ୍ୟ ଶିଂଶୁପା ବୃକ୍ଷ ନିକଟରେ ପହଁଚି ଦେଖିଲେ ଯେ, ଶବଟି ପୂର୍ବପରି ଶାଖାରେ ଲଟକି ରହିଛି । ତତ୍କ୍ଷଣାତ୍ ନିଜର ଅଭିଷ୍ଟ ସାଧନ କରିବା ନିମନ୍ତେ ଶବଟିକୁ କୌଶଳକ୍ରମେ ରାଜା ନିଜର ସ୍କନ୍ଧ ଉପରକୁ ଆଣି ଆପଣା ଗନ୍ତବ୍ୟ ପଥରେ ଗମନ କରିବାକୁ ଲାଗିଲେ । ତେବେ ତାକୁ ତଥା ସେ ଶବଟିକୁ କାନ୍ଧରେ ପକାଇ ଶୁନ୍ଶାନ୍ ଶ୍ମଶାନ ଅତିକ୍ରମ କରିବାକୁ ଆରମ୍ଭ କରିବା ମାତ୍ରେ ଶବସ୍ଥିତ ସେ ବେତାଳ କହି ଉଠିଲା, “ରାଜନ, ତୁମର ସହନ ଶକ୍ତି ଅପାର । କଠୋରରୁ କଠୋରତର ପରିଶ୍ରମ ବି ତୁମେ କରି ପାରିବ । ଯେ କୌଣସି ବସ୍ତୁ ହାସଲ କରିବା ପରି ଦୃଢ ସଂକଳ୍ପ ଶକ୍ତି ତମର ଅଛି । ତୁମର ଏହିସବୁ ସଦ୍ଗୁଣ ଗୁଡିକୁ ପ୍ରଶଂସା ନ କରି ମୁଁ ଆଦୌ ରହିପାରୁ ନାହିଁ । ତେବେ ବି ମୋର କାହିଁ ଟିକେ ସନ୍ଦେହ ହେଉଛି, ଏଇ ସଦ୍ଗୁଣ ଗୁଡିକ ସହିତ ଛନ୍ଦ କପଟ କରି ପାରୁଥିବା ପ୍ରତାରକ ମାନଙ୍କୁ ଚିହ୍ନି ପାରିବାର ଶକ୍ତି ତୁମର ଅଛି କି ନାହିଁ…? କେତେଲୋକ ପରିସ୍ଥିତିର ସଂଯୋଗରୁ ଅବା ଭାଗ୍ୟ ବଳରୁ ଅତି ତଳ ସ୍ତରରୁ ଜୀବନ ଆରମ୍ଭ କରି ସଫଳତାର ଶୀର୍ଷରେ ପହଁଚି ପାରନ୍ତି । ଏପରି ସଫଳତା ମାନବଙ୍କ ସ୍ତରରେ ଖାଲି ଯେ ହୋଇଥାଏ ତା ନୁହେଁ, ରାକ୍ଷସମାନଙ୍କ କ୍ଷେତ୍ରରେ ମଧ୍ୟ ଏପରି ଘଟିପାରେ । କେତେଲୋକ ନିଜର ଜ୍ଞାନ, ଅଭିଜ୍ଞତା ଓ ଯୁକ୍ତିଶୀଳତାକୁ ଦରକାରୀ ସମୟରେ ଭୁଲିଯାଆନ୍ତି ଓ ହାତ ପାହାନ୍ତାରେ ଆସୁଥିବା ସୌଭାଗ୍ୟକୁ ହରାଇ ବସନ୍ତି । ତୁମକୁ ଏଇ ସମ୍ପର୍କରେ ସତର୍କ କରାଇବା ସହିତ ଭବିଷ୍ୟତରେ ସାବଧାନ ରହିବା ପାଇଁ ମୁଁ ଦୀର୍ଘବାହୁ ନାମକ ଏକ ରାକ୍ଷସର କାହାଣୀ ଶୁଣାଉଛି । ଶୁଣିଲେ ତୁମର ପଥଶ୍ରମ ଲାଘବ ହେବ ।” ତା’ପରେ ବେତାଳ ଗପିବାରେ ଲାଗିଲା-


ଗପ ସାରଣୀ

ତାଲିକାଭୁକ୍ତ ଗପ