ଅଲକ୍ଷଣା ମୁହଁ କାହାର

ମହାରାଜା କୃଷ୍ଣ ଚନ୍ଦ୍ରଙ୍କର ହୁକୁମ୍ ଥିଲା, ସକାଳୁ ଉଠି ସେ ଯାହାର ମୁହଁକୁ ଚାହିଁ ଥିବେ ସେଦିନ ରାଜାଙ୍କୁ କିଛି କଷ୍ଟ ହେଲେ ତାହାକୁ ଶାସ୍ତି ଦେବେ । ଦିନେ ମହାରାଜା ବଡି ସକାଳୁ ଉଠି ବାହାରକୁ ଆସି ଛନ୍ତି ସେ ସମୟରେ ଗୋପାଳ ଭାଣ୍ଡକୁ ସମ୍ମୁଖରେ ଦେଖିଲେ । ସେହି ଦିନ ରାଜାଙ୍କର ନଖ ଭଣ୍ଡାରୀ କାଟୁ କାଟୁ ଟିକେ ନଖରେ ନହୁରୁଣିଟା ନାଗିଗଲା । ଏଥିରେ ରାଜାଙ୍କୁ ଟିକେ କଷ୍ଟ ହେଲା । ସେଥି ସକାଶେ ରାଜା ଗୋପାଳକୁ ତଲବ କରିଲେ । ଗୋପାଳ ଆସିବାରୁ ରାଜା କହିଲେ –

                 ଗୋପାଳ ତୁମ୍ଭ ଭଳି ଅଲକ୍ଷଣା ମୁହଁ ବଂଚିଥିଲେ ସକାଳୁ ଚାହିଁ ଯେ ପ୍ରତ୍ୟେହ କେତେ ଲୋକଙ୍କର କଷ୍ଟ ହେଉ ଥିବ, ତାହା କହି ହେବ ନାହିଁ । ଏହା ମୁଁ ନିଜେ ପରୀକ୍ଷା କଲି । ଏହି ସକାଶେ ତୁମ୍ଭର ପ୍ରାଣ ଦଣ୍ଡର ବିଧାନ ହେଲା । ରାଜାଙ୍କର ଅକସ୍ମାତ ପ୍ରାଣ ଦଣ୍ଡ ଆଜ୍ଞା ଶୁଣି ଗୋପାଳ କହିଲା –


ଗପ ସାରଣୀ

ତାଲିକାଭୁକ୍ତ ଗପ