ଝକମକି ବାକ୍ସ

                ସକାଳ ହେବାମାତ୍ରେ ରାଜକୁମାରୀ ନିଦରୁ ଉଠି ରାଜରାଣୀଙ୍କୁ କହିଲା ‘ଗତ ରାତିରେ ସେ ଏକ ଅଦ୍ଭୂତ ସ୍ୱପ୍ନ ଦେଖିଛି । ସେଇ ସ୍ୱପ୍ନରେ ଗୋଟିଏ କୁକୁର ଆସି ତାକୁ ପିଠିରେ ପକାଇ କେଉଁ ଏକ ଅଜଣା ଲୋକ ପାଖକୁ ନେଇ ଯାଇଛି ଏବଂ ପୁଣି ଫେରାଇ ଆଣି ଏହି ଶେଯରେ ଶୁଆଇ ଦେଇଛି । ଏହା ସ୍ୱପ୍ନ ହେଲେ ମଧ୍ୟ ମୋତେ ସତ୍ୟ ଭଳି ଜଣାଯାଉଛି ।’

                ସବୁ ଶୁଣି ରାଣୀ କହିଲେ ‘ଏ ତ ବଡ ଆଶ୍ଚର୍ଯ୍ୟ କଥା?’ ସେଦିନ ରାତିରେ ଏହି ଘଟଣାଟି ସ୍ୱପ୍ନ କି ସତ୍ୟ ଜାଣିବା ପାଇଁ ରାଣୀ ରାଜକୁମାରୀ ଶୋଇବା କୋଠରି ପାଖରେ ଜଗିବା ପାଇଁ ଜଣେ ପରିଚାରିକାକୁ ନିଯୁକ୍ତ କଲେ ।

ତାପରଦିନ ମଧ୍ୟ ସେ ସୈନିକଟିର ପୁଣି ରାଜକୁମାରୀକୁ ଦେଖିବା ପାଇଁ ଇଚ୍ଛା ହେଲା । ତେଣୁ ସେ ଝକମକି ପଥରକୁ ଘଷି ଦେବାରୁ ପ୍ରଥମ କୁକୁରଟି ପହଁଚିଲା । ସେ କୁକୁରଟି ରାଜ କୁମାରୀକୁ ଆଣିବାକୁ ଆଦେଶ ପାଇଲା । କୁକୁରଟି ପୁଣି ରାଜ ପ୍ରାସାଦରୁ ରାଜକୁମାରୀକୁ ପିଠିରେ ପକାଇ ଦୌଡିବାକୁ ଲାଗିଲା । କୁକୁରଟି ରାଜକୁମାରୀକୁ ପିଠିରେ ନେଇ ଯାଉଥିବାର ଦେଖି ପରିଚାରିକାଟି କୁକୁର ପଛରେ ଦୌଡିବାକୁ ଲାଗିଲା । କୁକୁରଟି ଯେମିତି ସେ ସୈନିକ ଘର ଭିତରକୁ ଯାଇଛି ପରିଚାରିକାଟି ସେ ଘର କବାଟରେ ଖଣ୍ଡେ ଚକ୍ ଖଡିରେ ଗୋଟିଏ ବଡ ଛକି ଚିହ୍ନ ପକାଇ ଫେରି ଆସିଲା । କୁକୁରଟି ରାଜକୁମାରୀକୁ ତାଙ୍କ ରାଜ ପ୍ରାସାଦରେ ଛାଡିଦେଇ ଫେରିଆସି ଦେଖିଲା ଯେ, ସେ ସୈନିକଟିର ଘର କବାଟରେ ଚକ୍ଖଡିରେ ଗୋଟିଏ ବଡ ଛକି ଚିହ୍ନ ପଡିଛି । ସେ ଏଇ ରହସ୍ୟକୁ ବୁଝିପାରି ସହରର ସମସ୍ତ କବାଟରେ ଚକ୍ଖଡିର ଛକି ଚିହ୍ନମାନ ପକାଇଦେଲା ।

ତା ପରଦିନ ସକାଳୁ ରାଜା, ରାଣୀ ଓ ରାଜକୁମାରୀକୁ ଜଗିଥିବା ପରିଚାରିକାକୁ ସଙ୍ଗରେ ନେଇ ଛକି ଚିହ୍ନଥିବା ଘର ଖୋଜିବାକୁ ଗଲେ । ମାତ୍ର ସହରର ସବୁ ଘରର କବାଟରେ ଛକିଚିହ୍ନ ଦେଖି ସେ ରାଜକୁମାରୀ ଯାଇଥିବା ପ୍ରକୃତ ଘରଟିକୁ ସେମାନେ ଆଦୌ ଚିହ୍ନି ପାରିଲେ ନାହିଁ ।

ରାଣୀ ସେଦିନ ରାତିରେ ପରିଚାରିକାକୁ କିଛି ବି ନଜଣେଇ ରାଜକୁମାରୀ ପିନ୍ଧିଥିବା ପୋଷାକ କାନିରେ କିଛି ଗହମ ବାନ୍ଧିଦେଇ ସେଥିରେ ଗୋଟିଏ କଣା କରିଦେଲେ । ସେଦିନ ରାତିରେ ମଧ୍ୟ ସୈନିକଟି ରାଜକୁମାରୀକୁ ଦେଖିବାପାଇଁ ଇଚ୍ଛାକରି ଝକମକି ଘଷିବା ଫଳରେ କୁକୁରଟି ରାଜପ୍ରସାଦକୁ ଯାଇ ରାଜକୁମାରୀକୁ ପିଠିରେ ପକାଇ ସୈନିକଘରକୁ ନେଇ ଆସିଲା ।

କୁକୁରଟି ଯେତେବେଳେ ରାଜକୁମାରୀକୁ ପିଠିରେ ପକାଇ ନେଇ ଆସୁଥିଲା ସେତେବେଳେ ରାଜକୁମାରୀର କାନିରେ ବନ୍ଧା ହୋଇଥିବା ଗହମ କଣାବାଟ ଦେଇ ପଡିବାକୁ ଲାଗିଲା ଏବଂ ଏହି ଗହମର ଧାର ରାଜପ୍ରାସାଦଠାରୁ ସେ ସୈନିକର ଘର ପର୍ଯ୍ୟନ୍ତ ପଡିଲା । ମାତ୍ର ଏକଥା ସେ କୁକୁରଟି ଆଦୌ ଜାଣି ପାରିଲା ନାହିଁ ।

ତା ପରଦିନ ସକାଳେ ରାଜା ଓ ରାଣୀ ସେଇ ସୈନିକଘରକୁ ରାଜକୁମାରୀ ଯାଇଥିବାର ଜାଣି ପାରିଲେ ଏବଂ ସୈନିକକୁ ବନ୍ଦୀ କରି କାରାଗାରକୁ ପଠାଇ ଦେଲେ ।

ଦିନେ ଅନ୍ଧକାର କାରାଗାର ଗୃହରେ ବସିଥିବା ବେଳେ ତାକୁ ଫାଶୀଦଣ୍ଡ ହୋଇଥିବା କଥା ସେ ସୈନିକଟି ଶୁଣିବାକୁ ପାଇଲା । ଏହି ଫାଶୀଦଣ୍ଡ କଥା ଶୁଣି ତାର ମନ ବଡ ଦୁଃଖ ହେଲା ଓ ତାର ଝକମକି ବାକ୍ସ କଥା ମନେପଡିଲା ମାତ୍ର ତାର ଝକମକି ବାକ୍ସଟି ତାଘରେ ଛାଡିଦେଇ ଆସିଥିଲା ।

ଫାଶୀଦିନ ଆସି ଉପସ୍ଥିତ ହେଲା । ସହରର ଲୋକମାନେ ସୈନିକଟିର ଫାଶୀ ପାଇବା ଦେଖିବାଲାଗି ରାଜନଅର ଆଡକୁ ଦୌଡିବାକୁ ଲାଗିଲେ ଏବଂ ଏହି ଦୃଶ୍ୟ ସୈନିକଟି କାରାଗାରର ଝରକା ଦେଇ ଦେଖୁଥିଲା । ଏହି ଲୋକଙ୍କ ମଧ୍ୟରେ ସହରର ଜଣେ ଯୋତା ସିଲାଇ କରୁଥିବା ପିଲାଟି ମଧ୍ୟ ଜୋର୍ରେ ଦୌଡିକରି ଯାଉଥିଲା । ସେ ଦୌଡିବାବେଳେ ତା ପାଦରୁ ପଟେ ଯୋତା ଖସିଯାଇ କାରାଗାର ଝରକା ଦେଇ ସୈନିକ ନିକଟରେ ଆସି ପଡିଗଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ