କୁଆ ଏବଂ ପେଚା ମାନଙ୍କ ମଧ୍ୟରେ ଶତ୍ରୁତା

ମେଘବର୍ଣ୍ଣ ସ୍ଥିରଜୀବିଙ୍କୁ ପଚାରିଲେ ମହାଶୟ! କୁଆ ଏବଂ ପେଚାମାନଙ୍କର ମଧ୍ୟରେ ଏପରି ଶତ୍ରୁତା ହେଲା କାହିଁକି? ସ୍ଥିରଜୀବି ଏହି ସଂପର୍କରେ ମେଘବର୍ଣ୍ଣଙ୍କୁ ଏକ କାହାଣୀ କହିବାକୁ ଆରମ୍ଭ କଲେ । ବହୁ ପୁରା କାଳର କଥା । ଗୋଟିଏ ଜଂଗଲରେ ବାସ କରୁଥିବା ହଂସ, ଶୁଆ, ବଗ, କୋଇଲି, ପେଚା, ମୟୂର, ପାରା, କୁକୁଡା, କପୋତ ପ୍ରଭୃତି ପକ୍ଷୀମାନେ ଏକ ସଭା କଲେ । ସେମାନଙ୍କ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଚାଲିଲା । ସେମାନଙ୍କ ମଧ୍ୟରୁ ଜଣେ କହିଲା, ‘ଗରୁଡ ହେଉଛନ୍ତି ଆମ୍ଭମାନଙ୍କର ରାଜା’। କିନ୍ତୁ ସେ ଯେଉଁ ଦିନଠାରୁ ଭଗବାନଙ୍କର ବାହନ ରୂପେ ନିଯୁକ୍ତ ହେଲେ, ସେହି ଦିନଠାରୁ ସେ ଆମ୍ଭମାନଙ୍କର ଅଭାବ ଅସୁବିଧା କଥା ବୁଝିପାରୁ ନାହାନ୍ତି । କୁହାଯାଇଛି, ‘ବିଦ୍ୟାଦାନ ନ କରୁଥିବା ଗୁରୁ, କର୍ମକାଣ୍ଡ ଜାଣିନଥିବା ବ୍ରାହ୍ମଣ ପୁରୋହିତ, କର୍କଶ ବଚନ କହୁଥିବା ପତ୍ନୀ, ପ୍ରଜାମାନଙ୍କର ରକ୍ଷଣାବେକ୍ଷଣ କରୁନଥିବା ରାଜାଙ୍କୁ ତ୍ୟାଗ କରିବା ଉଚିତ୍ । ତେଣୁ ଆମ୍ଭମାନଙ୍କୁ ଏ ସଂପର୍କରେ ଚିନ୍ତାକରି, ଏକ ନୂତନ ରାଜାଙ୍କୁ ନିଯକ୍ତ କରିବାକୁ ପଡିବ ।

     ଏହି କଥା ଶୁଣି ପକ୍ଷୀମାନେ ପରସ୍ପର ମୁହଁ ଚାହାଁ ଚାହିଁ ହେଲେ । ସେମାନଙ୍କ ମନରେ ଏକ ଚିନ୍ତା ପଶିଲା । ‘କିଏ ହେବ ସେମାନଙ୍କର ରାଜା’? ଶେଷରେ ସମସ୍ତେ ମନସ୍ଥ କଲେ, ପେଚା ମହାଶୟଙ୍କୁ ରାଜା ରୂପେ ନିଯୁକ୍ତି କରିବା । ଶେଷରେ ପକ୍ଷୀମାନେ ପେଚା ମହାରାଜଙ୍କୁ ସିଂହାସନ ଆରୋହଣ କରାଇବା ପାଇଁ ଏକ ଆୟୋଜନରେ ଲାଗି ପଡିଲେ । ସିଂହାସନଟି ସୁନ୍ଦର ରୂପେ ସଜା ଯାଇଥିଲା । ଏକ ବାଘଛାଲ ସିଂହାସନ ଉପରେ ପଡିଥିଲା । ପକ୍ଷୀମାନେ ଭିନ୍ନ ଭିନ୍ନ ପ୍ରକାରର ବାଦ୍ୟ ବଜାଇବାରେ ଲାଗି ପଡିଲେ । ଠିକ୍ ଏହି ସମୟରେ କୁଆ ଆସି ସେଠାରେ ପହଁଚିଗଲା ଏବଂ କହିଲା “କଣ ପାଇଁ ଏଠାରେ ସମସ୍ତେ ଏକଜୁଟ୍ ହୋଇଛ? ସମସ୍ତେ ମଧ୍ୟ ଖୁସି ଥିଲାପରି ଜଣା ପଡୁଛ । କଣ ହୋଇଛି ମୋତେ କୁହ”? “ଏହାପରେ ଜଣେ ପକ୍ଷୀ ବାହାରି ପଡି କହିଲା, ଆମ୍ଭମାନଙ୍କର କେହି ସର୍ବୋମୟ କର୍ତା ନଥିଲେ । ତେଣୁ ଆମ୍ଭେମାନେ ସମସ୍ତେ ପେଚା ମହାଶୟଙ୍କୁ ଆମର ରାଜା ରୂପେ ନିର୍ବାଚିତ କଲୁ । ତେଣୁ ତୁମେଯଥାଶୀଘ୍ର ତୁମର ମତାମତ ପ୍ରଦାନ କର ।”


ଗପ ସାରଣୀ

ତାଲିକାଭୁକ୍ତ ଗପ