ଖୋସାମତିଆ

କୁଆ ଖଣ୍ଡେ ମାଂସ ତା’ପାଟିରେ ଧରି ଗଛ ଉପରେ ବସିଥିଲା । ଠିକ୍ ସେ ଖାଇବାକୁ ଯାଉଛି ସେତେବେଳେ ବିଲୁଆ ତାକୁ ଦେଖିଲା । ସେ ମାଂସ ଖଣ୍ଡକ କୁଆଠାରୁ ଆଣି ଖାଇବାକୁ ଏ ବିଲୁଆର ଭାରି ଇଚ୍ଛା ହେଲା । ତେଣୁ ସେ ବିଲୁଆ ତୁରନ୍ତ ଗଛ ତଳକୁ ଯାଇ କୁଆର ପ୍ରଶଂସା କରିବାକୁ ଲାଗିଲା । ସେ କହିଲା, “କୁଆ ଭାଈ ତୋର ବେକଟି କି ସୁନ୍ଦର, ତୋର ଗୋଡଗୁଡିକ କି ସୁନ୍ଦର! ତାହେଲେ ତୋର ସ୍ୱର ମଧ୍ୟ ଭାରି ମଧୁର ହୋଇଥିବ କିନ୍ତୁ ମୁଁ ତାହା କେବେ ବି ଶୁଣିନାହିଁ । ତେଣୁ ତୁ ଥରେ ମୋତେ ତୋର ମଧୁର ସ୍ୱର ଟିକେ ଶୁଣାନ୍ତୁ ନି!”

                ଏହା ଶୁଣି ସେ କୁଆଟି ଅତ୍ୟନ୍ତ ଖୁସି ହୋଇ ଗାଇବାକୁ ଆରମ୍ଭ କରିଦେଲା । ଯେମିତି ସେ କୁଆଟି ତା’ପାଟି ଖୋଲିଛି, ସେ ମାଂସ ଖଣ୍ଡିକ କୁଆ’ର ପାଟିରୁ ପଡିଗଲା ଓ ତାକୁ ବିଲୁଆ ନେଇ ଅତି ଶୀଘ୍ର ଖାଇ ସେଠାରୁ ଚମ୍ପଟ ହେଲା । ଏଥର ସେ କୁଆ ଠିକ୍ ବୁଝିପାରିଲା ଯେ, ବିଲୁଆ ତାକୁ ଖୋସାମତିଆ କରି ଠକିଦେଲା ।

ଖୋସାମତିଆଙ୍କ କଥା କେବେବି ଶୁଣିବା ମୋଟେ ଉଚିତ୍ ନୁହେଁ ।


ଗପ ସାରଣୀ

ତାଲିକାଭୁକ୍ତ ଗପ