ଭୋଜିକୁ ନିମନ୍ତ୍ରଣ କରିଥିବା ବ୍ୟକ୍ତି ଆଗ ଖାଇବସିଲେ

ନଦୀ ସ୍ରୋତଭଳି ସମୟ ଧାଇଁଛି ଥରେ ଚାଲିଗଲେ ଆସେନା ଫେରି

    ପ୍ରାଣୀର ଆୟୁକୁ ଘେନି ଯାଉଛନ୍ତି ଦିନ ଆଉ ରାତି ଠିକ୍ ସେପରି ।

    ଏହି କଥା ବୁଝି ସମୟ ତାଳରେ କାର୍ଯ୍ୟ କରେ ଯିଏ ନିତି ଜୀବନେ

    ସେହିଭଳି ବ୍ୟକ୍ତି ସ୍ମରଣୀୟ ହୋଇ ରହିଯାଇଥାନ୍ତି ଧରାରେ ଦିନେ ।

                ଏହି ଘଟଣାଟି ଅନେକ ଦିନ ତଳର । ଘଟିଥିଲା ଜର୍ଜ ୱାଶିଂଗଟନ୍ଙ୍କ ଜୀବନରେ । ସମୟାନୁବର୍ତ୍ତିତା ଉପରେ ଅଧିକ ଗୁରୁତ୍ୱ ଦେଇ ସାଧାରଣ ସ୍ତରରୁ ସେ କିପରି ଆମେରିକାର ସର୍ବୋଚ୍ଚ ଆସନର ଅଧିକାରୀ ହୋଇଥିଲେ । ଜର୍ଜ ୱାଶିଂଗଟନ୍ କେବଳ ନିଜେ ସମୟାନୁବର୍ତ୍ତିତା ନଥିଲେ ବରଂ ଯେଉଁମାନେ ଏହି ନିୟମକୁ ମାନୁନଥିଲେ ସେମାନଙ୍କୁ ବି ଉପଯୁକ୍ତ ଶିକ୍ଷା ଦେଇ ଠିକଣା ବାଟକୁ ସେ ନେଇଆସୁଥିଲେ । ଫଳରେ ଏହି ନୀତି ନିୟମ ସହିତ ତାଙ୍କ ସଂସ୍ପର୍ଶରେ ଆସୁଥିବା ବ୍ୟକ୍ତି ଏବଂ ଅଫିସର କର୍ମଚାରୀ ବୃନ୍ଦ ବେଶ୍ ପରିଚିତ ଥିଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ