ଉଦ୍ଧତ ଛାଗ

ଜଙ୍ଗଲରେ ଗୋଟିଏ ଷଣ୍ଢକୁ ସିଂହ ଗୋଡେଇଲା । ତାପରେ ଭୟରେ ଦୌଡି ସେ ସିଂହ ଯାଇ ଗୋଟିଏ ବଣୁଆ ଛେଳି ରହୁଥିବା ଗୁମ୍ଫା ଭିତରେ ପଶିଗଲା । ଛେଳି ଷଣ୍ଢକୁ ଆଶ୍ରୟ ଦେବା ପରିବର୍ତ୍ତେ ନିଜ ଶିଙ୍ଘ ଦେଖାଇ ଷଣ୍ଢକୁ ମାରି ଗୋଡେଇଲା ।

ଷଣ୍ଢ ତ ସେତେବେଳକୁ ପୁରାପୁରି ହାଲିଆ ହୋଇଯାଇଥାଏ । ପୁଣି ବାହାରେ ସିଂହ ତାକୁ ଖୋଜୁଛି । ଛେଳିର ଏପରି ଔଧତ୍ୟ ଦେଖି ଷଣ୍ଢ ତାକୁ କହିଲା – ଏବେ ମୋର ବେଳ ଖରାପ ଅଛି । ନଚେତ ଛେଳି ଓ ଷଣ୍ଢ ମଧ୍ୟରେ ତଫାତ ତତେ ମୁଁ ବର୍ତ୍ତମାନ ଦେଖାଇ ଦିଅନ୍ତି । ହଉ, ସିଂହ ଖାଲି ଯାଇସାରୁ ।

ଗର୍ବୀ ନିଜର ସୀମା ବୁଝେନା ।


ଗପ ସାରଣୀ

ତାଲିକାଭୁକ୍ତ ଗପ