ପଥରର ବୁଦ୍ଧମୂର୍ତ୍ତି ଭିତରେ ସୁନାର ବୁଦ୍ଧମୂର୍ତ୍ତି

ସୁନା ମିଳୁଥିବା ଦେଶଗୁଡିକରୁ ଚୋରେଇ ଲୁଚେଇ ଅନ୍ୟ ଦେଶର ଲୋକେ ନିଜ ଦେଶକୁ ସୁନା ବୋହି ନେଉଥିଲେ । ଏଥିପାଇଁ ସେମାନେ ଯୁଦ୍ଧର ସାହାଯ୍ୟ ମଧ୍ୟ ନେଉଥିଲେ । ସୁନା ବୋଝେଇ ହୋଇଥିବା ବୋଇତ ବା ଜାହାଜମାନ ଯାତ୍ରା କରୁଥିଲା ସମୁଦ୍ରରେ । ତେବେ ସମୁଦ୍ର ମଧ୍ୟ ମଝିରେ ମଝିରେ ଏଭଳି ଅନ୍ୟାୟ କାର୍ଯ୍ୟର ପ୍ରତିରୋଧ କରୁଥିଲା । ସମୁଦ୍ରରେ ଭୀଷଣ ଝଡ ଉଠି ସମୁଦ୍ରରେ ବୁଡି ଯାଉଥିଲା ସୁନା ବୋଝେଇ ବୋଇତମାନ । ସେଥିରେ ଥିବା ଲୁଣ୍ଠିତ ସୁନାକୁ ନିଜ ଶଯ୍ୟାରେ ଲୁଚେଇ ଦେଉଥିଲା ସମୁଦ୍ର!

                ୧୫୯୫ ମସିହାର ଗ୍ରୀଷ୍ମକାଳରେ ଫ୍ଲୋରିଡା ନିକଟବର୍ତ୍ତୀ ସମୁଦ୍ରରେ ବୁଡିଗଲା ‘ସାନ୍ତା ମାର୍ଗାରିଟା’ ନାମକ ଜାହାଜ । ସେଥିରେ ଥିବା ସତୁରିଲକ୍ଷ ଡଲାର ମୂଲ୍ୟର ସୁନା ଓ ଅନ୍ୟାନ୍ୟ ମୂଲ୍ୟବାନ୍ ସାମଗ୍ରୀ ଜଳସମାଧି ନେଇଗଲା । ପ୍ରବଳ ଝଡକୁ ସମ୍ଭାଳି ନ ପାରି ୧୬୪୩ ମସିହାରେ ସମୁଦ୍ରରେ ବୁଡିଯାଇଥିଲା ୧୬ଟି ସୁନାବୋଝେଇ ଜାହାଜ । ସେସବୁଥିରେ ରହିଥିବା ସୁନାର ସେତେବେଳ କାଳର ମୂଲ୍ୟ ଥିଲା ସାଢେ ଛଅକୋଟି ଡଲାର୍ । ସେହିପରି ସୁନାବୋଝେଇ ଆଉ ୧୪ଟି ଜାହାଜ ସମୁଦ୍ରରେ ସମୁଦ୍ରରେ ଡୁବି ଯାଇଥିଲା ୧୭୧୫ ମସିହାରେ ।

                କେହି କେହି କହିଥାନ୍ତି ଯେ କାରିଚ୍ଚିଆନ୍ ସମୁଦ୍ର ଶଯ୍ୟାରେ ସୁନାବାହୀ ପ୍ରାୟ ଶହେଟି ଜାହାଜର ଭଙ୍ଗାରୁଜା ଅଂଶ ଓ ସେଥିରେ ରହିଥିବା ସୁନାତକ ପଡି ରହିଛି । ସମାନ ସଂଖ୍ୟକ ସୁନା ବୋଝେଇ ଜାହାଜ ବୁଡିଯାଇଛି ଫ୍ଲୋରିଡାର ଦକ୍ଷିଣ ପଶ୍ଚିମ ପଟେ ଥିବା ସମୁଦ୍ରରେ । ବାହାମା ଓ ବେରମୁଡା ଦ୍ୱୀପ ନିକଟରେ ଥିବା ସମୁଦ୍ରରେ ୬୦ଟି ଏବଂ ମେକ୍ସିକୋ ଉପସାଗରରେ ୭୦ଟି ସୁନାବୋଝେଇ ଜାହାଜ ପାଇଛି ଜଳସମାଧି । ସେହି ସବୁତକ ଜାହାଜରେ ରହିଥିବା ସୁନାର ମୂଲ୍ୟ କଳନା କରିବା ଆଦୌ ସହଜ ନୁହେଁ । ଏପରିକି ସାଢେ ତିନିକୋଟି ଡଲାର୍ ମୂଲ୍ୟର ସୁନା ନେଇ ଯାଉଥିବା ‘ସାନ୍ତାରୋଜା’ ନାମକ ଜାହାଜ ମଧ୍ୟ ସମୁଦ୍ରରେ ବୁଡି ଯାଇଥିଲା । ସେଥିରେ ରହିଥିବା ସୁନାତକ ଲୁଣ୍ଠନ କରାଯାଇଥିଲା ‘ମୋଂଟେଜୁମା’ ପ୍ରାସାଦରୁ ।


ଗପ ସାରଣୀ

ତାଲିକାଭୁକ୍ତ ଗପ