ଦୃଢ ଇଚ୍ଛାଶକ୍ତି ଅସମ୍ଭବକୁ ସମ୍ଭବ କରିଦିଏ

ତେଗ୍ସୁଗନ୍ ନାମରେ ଜଣେ ସନ୍ଥ ଥିଲେ । ତେର ବର୍ଷ ବୟସରୁ ସେ ବୌଦ୍ଧଧର୍ମ ଗ୍ରହଣ କରିଥିଲେ । ସେ ବୁଦ୍ଧଙ୍କ ବାଣୀ ପ୍ରତ୍ୟେକ ଲୋକ ପାଖରେ ପହଁଚାଇବା ପାଇଁ ବଦ୍ଧପରିକର ଥିଲେ । ଏଥିଲାଗି ପୁସ୍ତକମାନ ଛାପି ବାଂଟିବାପାଇଁ ସେ ସ୍ଥିର କଲେ । ମାତ୍ର ଏହି କାର୍ଯ୍ୟ ପାଇଁ ପ୍ରଚୁର ଟଙ୍କାର ଆବଶ୍ୟକତା ପଡିଲା ।

                ଏଥର ତେଗ୍ସୁଗନ୍ ମନରେ ଦୃଢସଂକଳ୍ପ ନେଲେ ଯେ, ଜାପାନର ଗାଁ ସହର ବୁଲିବୁଲି ଭିକ୍ଷାଟନ କରି ପୁସ୍ତକ ପ୍ରକାଶନ ଅର୍ଥ ଭରଣା କରିବେ । ଶେଷରେ ସେ ସେଇଆ ହିଁ ହେଲା । ସେ ଅର୍ଥ ସଂଗ୍ରହରେ ବାହାରିଗଲେ । ଦଷବର୍ଷକାଳ କଠିନ ପରିଶ୍ରମ କରି ଅର୍ଥ ସଂଗ୍ରହ ସରିଲା।

                ମାତ୍ର ଠିକ୍ ସେତିକି ବେଳକୁ ଏକ ଅସୁବିଧା ଆସି ଦେଖାଗଲା । ପୁସ୍ତକ ପ୍ରକାଶନ କାର୍ଯ୍ୟ ଆରମ୍ଭ ହେଲାବେଳକୁ ଉଜୀ ନଦୀରେ ପ୍ରବଳ ବନ୍ୟା ଆସି ହଜାର ହଜାର ଲୋକଙ୍କୁ ବାସହରା କରିଦେଲା । ଦୟା ଓ ପ୍ରେମର ମୂର୍ତ୍ତି ସନ୍ଥ ତେଗ୍ସୁଗନ୍ ଲୋକଙ୍କର ଏଭଳି ସଙ୍କଟାପନ୍ନ ଅବସ୍ଥା ଦେଖି ଆଦୌ ସହିପାରିଲେ ନାହିଁ । ସେ କାଳ ବିଳମ୍ବ ନକରି ସଂଗ୍ରହ କରିଥିବା ସମସ୍ତ ଅର୍ଥ ସେହି ଅଭାବୀମାନଙ୍କ ଭିତରେ ବାଂଟିଦେଲେ।


ଗପ ସାରଣୀ

ତାଲିକାଭୁକ୍ତ ଗପ