ତୁଷାର ଶୁଭ୍ରା ଓ ସପ୍ତବାମନ

ଅନେକ ବର୍ଷ ତଳେ ଗୋଟିଏ ଦେଶର ରାଣୀ ରାଜପ୍ରସାଦରେ ଥିବା ତାଙ୍କ କକ୍ଷରେ କଳା ମଚମଚ କରୁଥିବା ଶିଶୁକାଠର ଆସନରେ ବସି ରେଶମ ସୂତାରେ କିଛି ବୁଣାବୁଣି କରୁଥିଲେ । ସେତେବେଳେ ଶୀତଋତୁ ହୋଇଥିବାରୁ ଚାରିଆଡେ ତ ତୁଷାର ବର୍ଷା ହେଉଥାଏ । ବାହାରର ତୁଷାର ବର୍ଷାର ସୌନ୍ଦର୍ଯ୍ୟକୁ ଚାହିଁ ରାଣୀ ଅନ୍ୟମନସ୍କ ହୋଇ ଉଠିବାରୁ ବୁଣୁଥିବା ଛୁଂଚିଟି ରାଣୀଙ୍କ ଆଙ୍ଗୁଠିରେ ଫୁଟି ଯାଇ କିଛି ବୁନ୍ଦାରକ୍ତ ତୁଷାରର ଆସ୍ତରଣ ଉପରେ ପଡିଲା ।

                ରାଣୀ ଧଳାତୁଷାର ଆସ୍ତରଣ ଉପରେ ଲାଲ ରଙ୍ଗର ରକ୍ତ ଓ ବସିଥିବା ଶିଶୁକାଠର କଳା ଆସନକୁ ଦେଖି ସେ ଧଳା, ଲାଲ୍ ଓ କଳା ରଙ୍ଗଥିବା ଗୋଟିଏ ସନ୍ତାନ ପାଇବା ପାଇଁ ଇଚ୍ଛା ପ୍ରକାଶ କଲେ ।

କିଛିଦିନ ପରେ ସେ ରାଣୀଙ୍କର ଗୋଟିଏ ଝିଅ ହେଲା । ସେ ଝିଅଟି ଦେହର ରଙ୍ଗ ତୁଷାରଭଳି ଧଳା ହୋଇଥିବା ବେଳେ ତା’ର ଓଠର ରଙ୍ଗ ରକ୍ତ ଭଳି ଲାଲ୍ ଓ ମୁଣ୍ଡବାଳର ରଙ୍ଗ ଶିଶୁ କାଠ ଭଳି କଳା ହୋଇଥିଲା । ଏଇ ଝିଅଟିକୁ ଜନ୍ମ ଦେଇ ସେ ରାଣୀ ହଠାତ୍ ମରିଗଲେ । ତେଣୁ ଏଇ ଝିଅଟିକୁ ସମସ୍ତେ ତୁଷାରଶୁଭ୍ରା ବୋଲି ଡାକିଲେ ।

ରାଣୀ ମରିଯିବାର ବର୍ଷକ ପରେ ରାଜା ପୁଣି ଆଉ ଥରେ ବିବାହ କଲେ । ସେ ରାଜାଙ୍କ ନୂଆରାଣୀ ଖୁବ୍ ସୁନ୍ଦରୀ ଥିଲା । ନିଜର ରୂପକୁ ନେଇ ସେ ନୂଆରାଣୀଙ୍କ ମନରେ ଏତେ ଗର୍ବ ଥିଲା ଯେ ସେ ଅନ୍ୟର ରୂପ ସହିତ ନିଜକୁ ମଧ୍ୟ ତୁଳନା କରୁଥିଲେ । ନୂଆରାଣୀଙ୍କ ପାଖରେ ଏକ ଯାଦୁକର ଦର୍ପଣ ଥିଲା । ସେ ଯେତେବେଳେ ସେଇ ଦର୍ପଣ ଆଗରେ ଠିଆ ହୋଇ ପଚାରନ୍ତି ‘ହେ ଦର୍ପଣ! ତୁ କହିଲୁ ଏ ପୃଥିବୀରେ ସବୁଠାରୁ ସୁନ୍ଦରୀ କିଏ?’ ଦର୍ପଣଟି ସେହିକ୍ଷଣି ଉତ୍ତର ଦିଏ ‘ଆପଣ ହେଲେ ସବୁଠାରୁ ସୁନ୍ଦରୀ’ । ରାଣୀ ଏକଥା ଶୁଣି ଭାରି ଖୁସି ହୁଅନ୍ତି କାରଣ ସେ ଠିକ୍ ଜାଣେ ଦର୍ପଣଟି ସବୁବେଳେ ସତ କୁହେ ।

ଏଣେ ଦିନକୁ ଦିନ ସେ ତୁଷାରଶୁଭ୍ରା ସୁନ୍ଦର ହୋଇ ଉଠୁଥାଏ । ତାକୁ ଯେତେବେଳେ ସାତ ବର୍ଷ ହେଲା ସେ ନୂଆରାଣୀଙ୍କ ଅପେକ୍ଷା ଅଧିକ ସୁନ୍ଦର ହୋଇ ଉଠିଲା । ଦିନେ ରାଣୀ ଦର୍ପଣକୁ ପୁଣି ସେଇ ପ୍ରଶ୍ନ ପଚାରିଲେ ‘ହେ ଦର୍ପଣ! ତୁ କହିଲୁ ସବୁଠାରୁ ସୁନ୍ଦରୀ କିଏ?’

ଦର୍ପଣଟି ଉତ୍ତର ଦେଲା ‘ତୁମେ ଖୁବ୍ ସୁନ୍ଦରୀ ମାତ୍ର ତୁଷାରଶୁଭ୍ରା ତୁମ ଅପେକ୍ଷା ଆହୁରି ସୁନ୍ଦରୀ ।’ ରାଣୀ ଏଇ କଥା ଶୁଣି ଖୁବ୍ ରାଗିଗଲା ଏବଂ ତୁଷାରଶୁଭ୍ରା ଉପରେ ଇର୍ଷାରେ ଜଳି ଉଠିଲା । ସେଇଦିନଠାରୁ ରାଣୀ ତୁଷାରଶୁଭ୍ରାକୁ ଘୃଣା କରିବାକୁ ଲାଗିଲା ଓ ତା ପ୍ରତି ତାର ଶତ୍ରୁଭାବ ବଢିଉଠିଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ