ଆମ ସଂସ୍କୃତି

ଶିକ୍ଷା ଲାଭକଲେ ଶିକ୍ଷିତ ହୁଅନ୍ତି । ବହୁତ ଅଜଣା ପଦାର୍ଥ ବିଷୟରେ ଜ୍ଞାନଲାଭ ହୁଏ । ଦେଶବିଦେଶ କଥା ଶିକ୍ଷିତ ଲୋକ ସହଜରେ ଜାଣିପାରନ୍ତି । ଶିକ୍ଷାରୁ ଜନ୍ମନିଏ ସଭ୍ୟତା ଏବଂ ସଭ୍ୟତାରୁ ସଂସ୍କୃତିର ଆତ୍ମପ୍ରକାଶ କରେ । ତେଣୁ ସଭ୍ୟତା ଓ ସଂସ୍କୃତି ପରସ୍ପର ନିର୍ଭରଶୀଳ ଓ ପରିପୂରକ ।

                ସାମାଜିକତା ମଣିଷର ସହଜାତ ପ୍ରବୃତ୍ତି । ସମାଜର ବ୍ୟତିରେକେ ସେ ଆଦୌ ବଂଚିରହିପାରେ ନାହିଁ । ବାପା, ମା’, ଭାଇ, ଭଉଣୀ, ଗୁରୁଜନ, ଆତ୍ମୀୟସ୍ୱଜନର ପରିକଳ୍ପନା ଏହି ସମାଜର ମଧୁର ସମ୍ପର୍କରୁ ହିଁ ଜନ୍ମନିଏ । ଏକ ସୁସ୍ଥ ପାରିବାରିକ ଏବଂ ସାମାଜିକ ଜୀବନଯାତ୍ରା ପଥରେ ସଂସ୍କାର ଓ ସଂସ୍କୃତିର ବହୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ।

                ସଂସ୍କୃତିକୁ ବୁଝାଇବା ସମସ୍ତଙ୍କ ପାଇଁ ମୋଟେ ସହଜ ନୁହେଁ । ଏହା ସାମାଜିକ ବିଧିବ୍ୟବସ୍ଥା, ଆଚାରବିଚାର, ଚାଲିଚଳଣ, ଅନୁଷ୍ଠାନ ଆଦିରେ କେବଳ ସୀମାବଦ୍ଧ ହୋଇ ନଥାଏ । କାବ୍ୟ, କବିତା, ଶିଳ୍ପ, ଭାସ୍କର୍ଯ୍ୟ ଓ ସଙ୍ଗୀତ ପ୍ରଭୃତିରେ ମଧ୍ୟ ରୂପଲାଭ କରେ । ଇଣ୍ଡିଆର ସଂସ୍କୃତି ବହୁ ପୁରାତନ । ଉତ୍କଳର ଜଗନ୍ନାଥ ଉତ୍କଳୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ରୂପେ ପରିଚିତ । ତାଙ୍କୁ ବାଦ୍ ଦେଇ ଉତ୍କଳର ସଂସ୍କୃତିକୁ କଳନା କରିବା ଅସମ୍ଭବ ।

                ସଂସ୍କୃତିର ପ୍ରଧାନ ଉତ୍ସ ହେଲା ଯାନିଯାତ୍ରା ଓ ପର୍ବପର୍ବାଣି । କଥାରେ ପରା ଅଛି ବାରମାସରେ ତେରପର୍ବ । ଓଡିଶାର ପର୍ବପର୍ବାଣିଗୁଡିକ ଖୁବ୍ ନିଷ୍ଠାର ସହ ପାଳିତ ହୁଏ । ଓଡିଶା ମୁଖ୍ୟତଃ ଏକ କୃଷି ପ୍ରଧାନ ରାଜ୍ୟ । ତେଣୁ କୃଷକର ଗୃହିଣୀ ଉପବାସ ରହି ପର୍ବପର୍ବାଣି ପାଳନ କରେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ