ଭାଗ୍ୟ ବୋଲିଭି କିଛି ଅଛି

କଥାରେ ଅଛି “ଭାଗ୍ୟରେ ଥିଲେ ଅବାଂଛିତ ଫଳ ମିଳେ” – ଏହି ଉକ୍ତିଟି ନିରାଟ ସତ୍ୟ । ଏହା ଡକ୍ଟର ହରେକୃଷ୍ଣଙ୍କ ଜୀବନରେ ବେଶ୍ ପ୍ରମାଣିତ ହୋଇଛି  ଯିଏ କି ଓଡିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ପଦମଣ୍ଡନ କରିପାରିଥିଲେ ।

ମହତାବ ୧୮୯୯ ମସିହା ନଭେମ୍ବର ୨୧ ତାରିଖରେ ବାଲେଶ୍ୱର ଜିଲ୍ଲା ଆଗରପଡା ଗାଁର ଏକ ଗରିବ ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ପିତାଙ୍କ ନାମ ଥିଲା କୃଷ୍ଣଚରଣ ଦାସ । ହେଲେ ଆଗରପଡା ଜମିଦାରଙ୍କର ସେ ପୋଷ୍ୟପୁତ୍ର ହୋଇଥିବାରୁ ତାଙ୍କ ସାଙ୍ଗିଆଟି ‘ଦାସ’ ପରିବର୍ତ୍ତେ ‘ମହତାବ’କୁ ପରିବର୍ତ୍ତନ ହୋଇଥିଲା । ମାତ୍ର ସାତମାସ ବେଳେ ତାଙ୍କ ଭାଗ୍ୟରେ ଅଦ୍ଭୁତପୂର୍ବ ପରିବର୍ତ୍ତନ ଘଟିଲା ଯାହାଦ୍ୱାରା କି ଅତି ଗରିବ ପରିବାରରୁ ଯାଇ ବିରାଟ ଧନୀ ପରିବାରରେ ସେ ବଢିବାକୁ ଲାଗିଲେ ।

ଗାଁର ପ୍ରାଥମିକ ବିଦ୍ୟାଳୟରୁ ସେ ପିଲାଟିର ପାଠପଢା ଆରମ୍ଭ ହେଲା । ତା’ ପରେ ପରେ ସେ ଭଦ୍ରକ ହାଇସ୍କୁଲ ଏବଂ ରେଭେନ୍ସା କଲେଜରୁ ଉଚ୍ଚଶିକ୍ଷା ଗ୍ରହଣ କଲେ । ଯେତେବେଳେ ସେ କଲେଜ ହଷ୍ଟେଲରେ ରହି ପଢୁଥିଲେ, ସେଠାକାର ବିଳାସପୂର୍ଣ୍ଣ ଚଳଣି ତାଙ୍କୁ ଆଦୌ ଭଲ ଲାଗିଲା ନାହିଁ । ତେଣୁ ସେ କେତେକ ଛାତ୍ରଙ୍କୁ ଏକାଠି କରି ଏକ ମେସ୍ କରି ସେଠାରେ ରହିଲେ । ତାଙ୍କର ବି.ଏସ୍ ସି. ପାଠ ଶେଷହେବାକୁ ଆଉ ମାତ୍ର ଅଳ୍ପ କିଛି ଦିନ ବାକି ଥାଏ । ଠିକ୍ ସେତିକିବେଳେ ହଠାତ୍ ମହାତ୍ମାଗାନ୍ଧିଙ୍କ ପ୍ରେରଣାରେ ଅନୁପ୍ରାଣିତ ହୋଇ ସେ ପାଠପଢା ଛାଡିଦେଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ