ଗୋପାଳର କୃଷ୍ଣ ପ୍ରାପ୍ତି

 ଦିନେ ଗୋପାଳର କିଛି ଟଙ୍କାର ବଡ ଦରକାର ହେଲା । ମହାରାଜାଙ୍କ ନିକଟରୁ କୌଣସି ମତେ କିଛି ମିଳିବାର ଉପାୟ ନ ଦେଖି ଏକ ଫାନ୍ଦ ପାଂଚି ଦେଲା । ତା’ ପର ଦିନ ଗୋପାଳ ତାର ପୁଅକୁ ଡାକି କହିଲା –

                 ଆଜି ଯାଅ ରାଜ ସଭାରେ କହିବୁ ମୋ ବାପା କୃଷ୍ଣ ପ୍ରାପ୍ତି ହୋଇ ଅଛନ୍ତି ।

ଗୋପାଳ ଭାଣ୍ଡ ପୁଅ ଯାଇ ରାଜ ସଭାରେ କହିଲା – ମଣିମା, କାଲି ପିତା କୃଷ୍ଣ ପ୍ରାପ୍ତି ହୋଇଛନ୍ତି । ଏହା ଶୁଣି ରାଜା ବଡ ଦୁଃଖିତ ହୋଇ ଗୋପାଳର ଶ୍ରାଦ୍ଧ ନିମନ୍ତେ କିଛି ଟଙ୍କା ଦେଲେ । ଗୋପାଳର ପୁଅ ଟଙ୍କା ନେଇ ଗୃହକୁ ଫେରିଲେ । ପରଦିନ ଗୋପାଳ ଗୋଟିଏ ମାଟିର କୃଷ୍ଣ ମୂର୍ତ୍ତି କୁଣ୍ଢେଇ ଲୁଚାଇ କରି ରଖି ରାଜ ସଭାରେ ଉପସ୍ଥିତ ହେଲେ । ଗୋପାଳକୁ ଦେଖି ରାଜା ବଡ ଆଶ୍ଚର୍ଯ୍ୟ ହୋଇ କହିଲେ –

କିହୋ କାଲି ତୁମ୍ଭର ପୁଅ ଆସି କହିଲେ ତମ୍ଭେ କୃଷ୍ଣ ପ୍ରାପ୍ତି ହୋଇଛ? ଗୋପାଳ ସଙ୍ଗେ ସଙ୍ଗେ ଉତ୍ତର କରିଲେ –

ଆଜ୍ଞା ପୁଅ କଥାତ ମିଥ୍ୟା ନୁହେଁ । ଏବେ ଆପଣ ଏହି ଦେଖନ୍ତୁ କହି ଲୁଗା ଭିତରୁ ମାଟିର କୃଷ୍ଣ ମୂର୍ତ୍ତିଟି ଦେଲେ । ରାଜା ଏହା ଦେଖି ଏକବାର ନିରୁତ୍ତର ।


ଗପ ସାରଣୀ

ତାଲିକାଭୁକ୍ତ ଗପ