ଜାତକ

ଲାବଣ୍ୟ ଧର୍ମପୁରୀର ରାଜା ଅନଙ୍ଗପାଳଙ୍କର ଏକମାତ୍ର କନ୍ୟା । ସେ ଉଭୟ ସୁନ୍ଦରୀ ଓ ଗୁଣବତୀ ଥିଲେ । ଅନେକ ବିଦ୍ୟା ସେ ପଢିଥିଲେ କିନ୍ତୁ ଜ୍ୟୋତିଷ ଶାସ୍ତ୍ରରେ ସେ ନିପୁଣା ଥିଲେ । ରାଜା ତାଙ୍କ ପାଇଁ ଯୋଗ୍ୟ ବର ଖୋଜୁଥାନ୍ତି ।

                ଦିନେ ରାଜକୁମାରୀ ରାଜାଙ୍କୁ କହିଲେ, “ବାବା, ମୋର ଜାତକରେ ଅଛି ଯେ ମୋର ସ୍ୱାମୀ ଜଣେ ସମ୍ରାଟ ହୋଇଥିବେ । ତେଣୁ ରାଜକୁମାରମାନଙ୍କ ଜାତକ ଆଣି ମୋତେ ଦେଖାନ୍ତୁ । ଦେଖିବି ଯାହାର ସମ୍ରାଟ ହେବାର ଜାତକ ଥିବ, ମୁଁ କେବଳ ତାକୁହିଁ ବିବାହ କରିବି ।”

                ତାଙ୍କ କଥା ଅନୁସାରେ ରାଜା ରାଜକୁମାରମାନଙ୍କ ଜାତକ ଓ ଚିତ୍ରପଟ ଆଦି ଅଣାଇଲେ । ସେସବୁ ପରୀକ୍ଷା କରି ଦେଖି ଲାବଣ୍ୟ କହିଲେ ଯେ ସେଥିମଧ୍ୟରୁ ସମ୍ରାଟ ଜାତକ କାହାର ମଧ୍ୟ ନାହିଁ । ରାଜା କହିଲେ, “ଝିଅ, ଜାତକ କଥା ଭୁଲିଯା; ଏବେ ଏହି ଚିତ୍ରପଟ ଦେଖି ତୁ କାହାକୁ ପସନ୍ଦ କରିନେ, ତା’ପରେ ତୋର ଗୁରୁ ଜ୍ୟୋତିଷାଚାର୍ଯ୍ୟଙ୍କୁ ଦେଖାଇବା ସମ୍ରାଟ ହେବାର ସମ୍ଭାବନା ସେପିଲାର ଅଛି କି ନାହିଁ ।”

ପରଦିନ ଲାବଣ୍ୟ ପଡୋଶୀ ରାଜ୍ୟର ରାଜକୁମାରଙ୍କ ଚିତ୍ରପଟ ଦେଖି ବାଛିଲେ । ରାଜା ଭଲ ମୁହୂର୍ତ୍ତ ଦେଖି ରାଜକୁମାରୀଙ୍କ ବିବାହ କଲେ ।

ଗୁରୁ ଜ୍ୟୋତିଷାଚାର୍ଯ୍ୟ ତ ସେତେବେଳେ କାଶୀଯାତ୍ରା କରିଥିଲେ, ଏବେ କିଏ ତାଙ୍କ ସ୍ୱାମୀଙ୍କ ଜାତକ ଦେଖିବ । ରାଜା କହିଲେ, “ଝିଅ, ତୋ ଜାତକରେ ତ ଅଛି ଯେ ଯିଏ ତୋତେ ବିବାହ କରିବ ସେ ସମ୍ରାଟ ହେବ । ତେଣୁ ରାଜକୁମାରଙ୍କ ଜାତକ ଦେଖିବା କ’ଣ ଦରକାର?”


ଗପ ସାରଣୀ

ତାଲିକାଭୁକ୍ତ ଗପ