ଶିକାରୀ ଏବଂ ପକ୍ଷୀ

ଗୋଟିଏ ପର୍ବତର ଅଗ୍ରଭାଗରେ ଏକ ବିରାଟ ବଡ ବୃକ୍ଷ ଥିଲା । ସେହି ବୃକ୍ଷରେ ଗୋଟିଏ ପକ୍ଷୀ ବସା ବାନ୍ଧି ରହିଥାଏ । ସେହି ପକ୍ଷୀର ନାମ ହେଉଛି ‘ସିନ୍ଧୁକ’ । ସେ ଯେତେବେଳେ ମଳତ୍ୟାଗ କରେ, ତା’ର ସେହି ମଳ ଭୂମିରେ ପଡିବା ମାତ୍ରକେ ସୁନା ପାଲଟି ଯାଏ । ଦିନେ ଗୋଟିଏ ଶିକାରୀ ସେହି ପକ୍ଷୀଟିକୁ ଧରିବାପାଇଁ ସେହି ସ୍ଥାନକୁ ଆସିଲା । ଶିକାରୀଟି ଯେତେବେଳେ ସେହି ସ୍ଥାନରେ ପହଁଚିଲା, ପକ୍ଷୀଟି ସଂଗେ ସଂଗେ ମଳତ୍ୟାଗ କରିଦେଲା ଓ ତା’ର ସେହି ମଳ ସୁନାରେ ପରିଣତ ହୋଇଗଲା । ଏହା ଦେଖି ଶିକାରୀର ମନରେ ଲୋଭ ହେଲା । ସେ ପକ୍ଷୀଟିକୁ ଧରିବାପାଇଁ ପ୍ରଥମେ ସେଠାରେ ଖୁଦକଣା ପକାଇ ତା’ ଉପରେ ଜାଲ ବସାଇଲା । ଖୁଦ ଲୋଭରେ ପକ୍ଷୀଟି ଆସିବା ମାତ୍ରକେ ଜାଲରେ ପଡିଲା । ଶିକାରୀ ପକ୍ଷୀଟିକୁ ନେଇ ଏକ ପଞ୍ଜୁରୀ ମଧ୍ୟରେ ରଖିଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ