ଜାହାଁପନା, ଆପଣ ତ ପ୍ରଥମ ଚାନ୍ଦ!

         ବିରବଲଙ୍କୁ ଛାଡି ଅନ୍ୟ ଯେଉଁ ଆଠଜଣ ପଣ୍ଡିତ ଥିଲେ ସେମାନେ ମନେ ମନେ ଚିନ୍ତା କଲେ, ଯେ, ଏକଥାକୁ ସମ୍ରାଟ୍ ଆକବରଙ୍କ ନିକଟରେ ପ୍ରକାଶ କରି ଦେଲେ ବିରବଲଙ୍କୁ ସମ୍ରାଟ୍ ଏକ ଉଚିତ୍ ପାନେ ଦେବେ ।

         ଏହାପରେ ଆଠଜଣଯାକ ପଣ୍ଡିତ ଏକାଠି ହୋଇ ସମ୍ରାଟଙ୍କ ନିକଟରେ ପହଁଚି ଅଭିଯୋଗ ଆଣିଲେ ଯେ, ଜାହାଁପନା! ଆପଣଙ୍କ ଅନ୍ନ ଖାଇ ଆପଣଙ୍କୁ ଯଦି ବାହାର ରାଜ୍ୟରେ ଛୋଟ କରି ଦେଉ ତାହା କ’ଣ ଆମର ନମକହାରାମି ହେଲା ନାହିଁ । ଦେଖନ୍ତୁ ଜାହାଁପନା ବିରବଲ ଆପଣଙ୍କ ନମକ ଖାଇ କିପରି କାବୁଲ୍ ରାଜ୍ୟର ସମ୍ରାଟଙ୍କ ସ୍ତୁତିଗାନ କରିଛନ୍ତି, ସେଥିଲାଗି ବିରବଲଙ୍କୁ କାବୁଲ୍ର ସମ୍ରାଟ ଅନେକ ଧନରତ୍ନ ଦେଇ ବିଦାୟ କରିଛନ୍ତି ।

         ପଣ୍ଡିତମାନଙ୍କ ଅଭିଯୋଗ ଅବଶ୍ୟ ସମ୍ରାଟ୍ ଆକବରଙ୍କ ନିମନ୍ତେ ବିଶେଷ ଅପମାନ ସୂଚକ ଥିଲା । ସେ ତହୁଁ ରାଗି ଉଠି ପ୍ରଶ୍ନ କଲେ ବିରବଲ କ’ଣ କରିଅଛି?

         ପଣ୍ଡିତମାନେ କହିଲେ କାବୁଲ୍ ସମ୍ରାଟଙ୍କର ସ୍ତୁତିଗାନ କରିବା ସମୟରେ ତାଙ୍କୁ ପୂର୍ଣ୍ଣିମାର ଚାନ୍ଦର ଉପମା ଦେବା ସମୟରେ ଆପଣଙ୍କୁ ଦ୍ୱିତୀୟାର ଚାନ୍ଦ ଭାବରେ ଉପମା ଦେଇ ଅଛନ୍ତି ।

         ଆପଣ ତ ଜାଣନ୍ତି କାବୁଲ୍ର ସମ୍ରାଟ୍ ଆପଣଙ୍କୁ ଆଡ ଆଖିରେ ସମ୍ମାନ ଦେଇ ନ ଥାଆନ୍ତି, ଆପଣଙ୍କ ରାଜ୍ୟର ପଣ୍ଡିତ ଯେତେବେଳେ ତାଙ୍କୁ ଏପରି ଉପାଧିରେ ଭୂଷିତ କଲେ ତେଣୁ କାବୁଲ୍ ସମ୍ରାଟ୍ ତାଙ୍କୁ ବହୁ ଧନରତ୍ନ ଦେବାରେ ଅସୁବିଧା ଆଉ ରହିଲା କେଉଁଠାରେ ଜାହାଁପନା?

         ଏଥର ସମ୍ରାଟ୍ ଆକବରଙ୍କ ରାଗ ଚରମ ସୀମାରେ ପହଁଚିଗଲା । ତହୁଁ କ୍ରୋଧିତ ହୋଇ ସମ୍ରାଟ୍ ଦୁଇ ଚାରିଜଣ ଦୂତକୁ ଡାକି ଆଦେଶ ଦେଲେ ଯେ ଯେତେ ଶୀଘ୍ର ପାରୁଛ ତୁମ୍ଭେମାନେ ବିରବଲଙ୍କୁ ଧରି ଆଣି ମୋ ନିକଟରେ ହାଜର କରାଅ ।

         ସମ୍ରାଟଙ୍କ ଆଦେଶ ପାଇବା ମାତ୍ରେ ଦୂତମାନେ ଖୁବ୍ ବ୍ୟଗ୍ର ହୋଇ ବିରବଲଙ୍କ ନିକଟରେ ପହଁଚିଲେ । ସେମାନଙ୍କର ଆଗମନର କାରଣ ପଚାରନ୍ତେ ସେମାନେ କହିଲେ, ଆପଣଙ୍କ ଉପରେ ସମ୍ରାଟ୍ ଆଜି ଖୁବ୍ କ୍ରୋଧିତ । ଆପଣ ଯଥାଶୀଘ୍ର ଆମ୍ଭ ସଙ୍ଗରେ ଚାଲନ୍ତୁ । ତାହା ନ ହେଲେ ଆମେ ଆପଣଙ୍କୁ ପୁଣି ବଳପୂର୍ବକ ଏଠାରୁ ଘୋଷାରି ଘୋଷାରି ନେଇଯିବା ନିମନ୍ତେ ସମ୍ରାଟଙ୍କର ଆଦେଶ ହୋଇଛି ।

         ଦୂତମାନଙ୍କଠାରୁ ପ୍ରକୃତ ଘଟଣା ଜାଣିବାକୁ ଯେତେ ଚେଷ୍ଟା କରୁଥିଲେ ମଧ୍ୟ ବିରବଲ ପ୍ରକୃତ ତଥ୍ୟ ସଂଗ୍ରହ କରିପାରି ନଥିଲେ, କିନ୍ତୁ ମନେ ମନେ ସେ ଜାଣି ପାରିଥିଲେ ଏସବୁ କାର୍ଯ୍ୟ ମୋ ବିରୁଦ୍ଧରେ ଥିବା ସମସ୍ତ ପଣ୍ଡିତମାନଙ୍କର ।


ଗପ ସାରଣୀ

ତାଲିକାଭୁକ୍ତ ଗପ