ରାଜାଙ୍କ ମନର ତିନୋଟି ପ୍ରଶ୍ନ

       ଏକଦା ଜଣେ ରାଜାଙ୍କ ମନରେ ତିନୋଟି ପ୍ରଶ୍ନ ଜାଗି ଉଠିଲା ।

       ସେଇ ପ୍ରଶ୍ନଗୁଡିକ ଥିଲା – ସବୁଠାରୁ ଭଲ ଲୋକ କିଏ?

       ସବୁଠାରୁ ଭଲ କର୍ମ କ’ଣ?

       ସବୁଠାରୁ ଭଲ ସମୟ କେତେବେଳେ ଆସେ?

       ଏହିସବୁ ପ୍ରଶ୍ନର ଉତ୍ତର ସଭାସଦ୍ଗଣ ଯିଏ ଯେଝା ଢଙ୍ଗରେ ଦେଉଥାନ୍ତି, ହେଲେ କାହାର ଉତ୍ତର ରାଜାଙ୍କ ମନକୁ ପାଉନଥାଏ ।

       ଦିନକର କଥା। ରାଜା ରାଜ୍ୟ ଭ୍ରମଣ କରୁ କରୁ ରାଜ୍ୟର ସୀମାନ୍ତବର୍ତୀ ଏକ ଜଙ୍ଗଲିଆ ସ୍ଥାନରେ ପହଁଚିଗଲେ । ସେଠାରେ ଏକ ସନ୍ନ୍ୟାସୀଙ୍କର ଆଶ୍ରମ ଥିଲା । ରାଜା ଦିନସାରା ବୁଲିବୁଲି ହାଲିଆ ହୋଇ ପଡିଥିଲେ, ହଠାତ୍ ଆଶ୍ରମର ଏକ ଗଛ ମୂଳେ ବସି ପଡିଲେ ।

       ସେତେବେଳେ ସନ୍ନ୍ୟାସୀ ଗଛରେ ପାଣି ଦେଉଥାନ୍ତି । ସେ ହଠାତ୍ ରାଜାଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇ ପଡିଲେ । ସଂଗେ ସଂଗେ ପାଣି ଦେବା ବନ୍ଦ କରି ରାଜାଙ୍କୁ ଆଶ୍ରମ ଭିତରକୁ ପାଛୋଟି ନେଇ ଖାଇବାକୁ ମିଠାଫଳ ମୂଳ ଓ ପିଇବାକୁ ଥଣ୍ଡା ଜଳ ଦେଲେ । ତାଙ୍କୁ ଜଣେ ଅତିଥି ରୂପେ ଅଭ୍ୟର୍ଥନା କରିବାକୁ ଆଦୌ ହେଳା କରିନଥିଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ