କୁହୁଡି ଆମ୍ବ ବଉଳ

ଦିନେ ମହାରାଜା କୃଷ୍ଣ ଚନ୍ଦ୍ର ନକ୍ଷତ୍ର ବେଷ୍ଟିତ ଚନ୍ଦ୍ରମା ଭଳି ପାତ୍ର ମନ୍ତ୍ରୀ ପଣ୍ଡିତ ମଣ୍ଡଳୀଙ୍କ ମଧ୍ୟରେ ବସି ପଣ୍ଡିତ ମାନଙ୍କୁ ପଚାରିଲେ ଆପଣ ମାନେ କୁହନ୍ତୁ ଆମ୍ବ ଓ ଆମ୍ବଡାର ବଉଳ ଏକ ସମୟରେ ମୁକୁଳିତ ହୁଅନ୍ତି, କିନ୍ତୁ କୁହୁଡି ଆମ୍ବଡା ବଉଳକୁ ନ ପୋଡି ଆମ୍ବ ବଉଳକୁ କାହିଁକି ପୋଡି ଦିଏ? ଏହାର କାରଣ କ’ଣ କୁହ?

                 ରାଜାଙ୍କର ଏ ପ୍ରଶ୍ନ ଶୁଣି ସମସ୍ତ ସଭାସଦ୍ ଗଣ ପରସ୍ପର ଚାହାଁ ଚାହିଁ ଟିପା ଟିପି ଆଖି ଠରା ଠରି ହେଲେ । ତର୍କାଳଙ୍କର ନ୍ୟାୟରତ୍ନ, ବାଣୀଭୂଷଣ, ବିଦ୍ୟାନିଧି ଏମାନଙ୍କର ଉପସ୍ଥିତ ବୁଦ୍ଧି ଆଉ କିଛି ନ ଆସିବାରୁ ବସି କରି ଭାବୁ ଛନ୍ତି ।

                 ଏହି ସମୟରେ ଗୋପଳ ଭାଣ୍ଡ ଆସି ଜୟ ମହାରାଜା କୃଷ୍ଣ ଚନ୍ଦ୍ରଙ୍କର ଜୟ କହି ସଭାରେ ଉପସ୍ଥିତ ହେଲେ, ଅନ୍ୟାନ୍ୟ ଦିନ ପରି ସଭାରେ କୌଣସି କଥା ଆଲୋଚନା ନ ହେଇ ରାଜା ସହିତ ସମସ୍ତେ ବସି ଅଛନ୍ତି, ଏହା ଦେଖି ଗୋପାଳ କହିଲେ – ମହାରାଜ!


ଗପ ସାରଣୀ

ତାଲିକାଭୁକ୍ତ ଗପ