ବୁଦ୍ଧି ନ ଥିଲେ ହଟହଟା ହେବାକୁ ହୁଏ

ଜାମ୍ମୁ-କାଶ୍ମୀରର ଲୋକକଥା । ଏଠାରେ କାମଧନ୍ଦା ନ ମିଳିବାରୁ ଥରେ ଦଶ ଜଣ କୃଷକ ଅନ୍ୟତ୍ର କାମଧନ୍ଦାରେ ବାହାରିଗଲେ । ସେ ଅଂଚଳରେ ଶିକ୍ଷା ଦୀକ୍ଷାର ପ୍ରସାର ଘଟି ନଥିବାରୁ ସେମାନେ ପାଠପଢି ନଥିଲେ । ପ୍ରାୟତଃ ବୋକା ଭଳି ଆଚରଣ ପ୍ରଦର୍ଶନ କରୁଥିଲେ ।

       ଦଶଜଣଯାକ କୃଷକ ଚାଲିଥାନ୍ତି । ହଠାତ୍ କାହିଁକି କ’ଣ ମନହେଲା, ସେମାନଙ୍କ ଭିତରୁ ଜଣେ ସେମାନଙ୍କର ସଂଖ୍ୟା ଗଣି ନଅ ବୋଲି ଜାଣିଲା । ସେ ଏକଥା ଅନ୍ୟମାନଙ୍କୁ କହିଲା, ସେମାନେ ବି ଜଣ ଜଣ କରି ଗଣିଲେ । ହେଲେ ସମସ୍ତଙ୍କର ଫଳାଫଳ ସେଇ ନଅ ।

       ଅସଲକଥାଟି ହେଲା ସେମାନେ ପ୍ରତେକ ଥର ଗଣିଲାବେଳେ ନିଜ ନିଜକୁ ଛାଡି ଗଣୁଥିଲେ । ତେଣୁ ସବୁବେଳେ ଫଳାଫଳ ‘ନଅ’ ହେଉଥିଲା । ସୁତରାଂ ସେମାନେ ଭାବିଲେ ଆମମାନଙ୍କ ଭିତରୁ କିଏ ଜଣେ ବାଟରେ କେଉଁଠି ହଜିଯାଇଛି । ଆଉ ହଜିଯାଇଥିବା ଲୋକଟି କିଏ ଜାଣି ନ ପାରି ସମସ୍ତେ ମନଦୁଃଖ କଲେ । ଆଉ ଆଗକୁ ଯିବେ କ’ଣ ରାସ୍ତା କଡର ଗଛମୂଳେ ବସି ସମସ୍ତେ ଖୁବ୍ ବଡପାଟିରେ କାନ୍ଦିବାକୁ ଲାଗିଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ