ହିଂସାର ଫଳ ଖରାପ

ତୁଳସୀପୁର ବୋଲି ଏକ ଗାଁରେ ଗୋଟିଏ ଧୋବା ଗୋଟିଏ ଗଧ ଓ ଆଉ ଗୋଟିଏ ଛେଳି ପାଳୁ ଥିଲେ । ଗଧ ପିଠିରେ ବୋଝ ଲଦି ସେ ନଈକୁ ନେଇ ଯାଏ ତାର ଲୁଗା ସଫା କରିବାକୁ । ସେଥି ପାଇଁ ସେ ଗଧର ଉପଯୁକ୍ତ ଧ୍ୟାନ ନେବାକୁ ଯାଇ ତାକୁ ଦାନା, ପାଣି, ଘାସ ଇତ୍ୟାଦି ଖାଇବାକୁ ଦଉ ଥିଲା ।

                ଏ ସବୁ ଛେଳି ଦେଖି ଗଧ ଉପରେ ତା’ର ହିଂସା ହେଉ ଥିଲା । ସେ ଚାହୁଁ ଥିଲା କିଭଳି ଭାବରେ ଗଧ ଉପରେ ମାଲିକର ବିତୃଷ୍ଣା ଭାବ ସୃଷ୍ଟି କରି ପାରିବ ।

                ଏହି ପରି ଭାବୁ ଭାବୁ ଛେଳିର ଏକ ଉପାୟ ମୁଣ୍ଡରେ ଜୁଟିଲା । ଦିନେ ସୁଯୋଗ ଦେଖି ଗଧକୁ କହିଲା ଭାଈ! ମାଲିକ ମୋତେ ଖୋଲା ଛାଡି ଦଉ ଛନ୍ତି । ଫଳରେ ମୁଁ ଯେଉଁଠିକୁ ଚାହେଁ ସେଠାକୁ ଯାଇ ପାରେ । ନିଜ ମନ ଇଚ୍ଛା ନିଜେ ବିଚରଣ କରି ପାରେ । ପରନ୍ତୁ ମୋର ମନରେ ପ୍ରଶ୍ନ ଉଠେ ଯେ ମାଲିକ ତୁମ ସହିତ ଏତେ ଖରାପ ବ୍ୟବହାର କାହିଁକି କରୁଛନ୍ତି? ସବୁ ଦିନ ତୁମ ପିଠି ଉପରେ ବୋଝ ଥୋଇ ଦୂରରେ ଥିବା ନଈକୁ ନେଇ ଯାଆନ୍ତି । ପୁଣି ତୁମ ପିଠିକୁ ବାଡିରେ ପିଟନ୍ତି । ସେ କାହିଁକି ଏଭଳି ତୁମ ସାଥେ କରନ୍ତି ମୁଁ କିଛି ବୁଝି ପାରେନା?


ଗପ ସାରଣୀ

ତାଲିକାଭୁକ୍ତ ଗପ