କୁକୁର, ବିଲୁଆ ଓ ସିଂହ କଥା

ଦିନେ ଜଙ୍ଗଲରେ ଗୋଟିଏ ବିଲୁଆର କୁକୁର ସହିତ ଦେଖା ହୋଇଗଲା । କୁକୁର କହିଲା, ‘ବିଲୁଆ ଭାଇ, ଆମେ ଦୁହେଁ ଗୋଟିଏ ଘରେ ସାଙ୍ଗ ହୋଇ ରହିଲେ କେମିତି ହୁଅନ୍ତା?’

ବିଲୁଆ କୁକୁର କଥାଟାକୁ ଖୁବ୍ ପସନ୍ଦ କଲା । ତା’ପରେ ସେ ଦୁହେଁ ଜଙ୍ଗଲ ଭିତରେ ଘର ଖୋଜି ଖୋଜି ଶେଷରେ ଗୋଟିଏ ପାହାଡର ଗୁମ୍ଫା ପାଖରେ ଯାଇ ପହଁଚିଲେ । ସେତେବେଳେ ତ ସେ ଗୁମ୍ଫା ଭିତରେ କେହି ବି ନଥିଲେ । ତେଣୁ ଏ କୁକୁର ଓ ବିଲୁଆ ସେଇ ଗୁମ୍ଫାରେ ରହିଲେ । ସେ ବିଲୁଆର କେତୋଟି ଛୁଆ ଥିଲେ । ବିଲୁଆ ତା’ର ସେହି ଛୁଆମାନଙ୍କୁ ବି ଗୁମ୍ଫାରେ ଆଣି ରଖିଲା ।

ପ୍ରକୃତରେ ସେ ଗୁମ୍ଫାଟି ଥିଲା ଗୋଟିଏ ସିଂହର ଘର । ତେଣୁ ଠିକ୍ ସଞ୍ଜ ବେଳକୁ ସିଂହ ତା’ ଗୁମ୍ଫା ନିକଟରେ ଆସି ପହଁଚିଲା । ହଠାତ୍ ସିଂହକୁ ଦେଖି ବିଲୁଆର ଛୁଆମାନେ ଭୟରେ ଖାଲି ଚିତ୍କାର କରିବାକୁ ଲାଗିଲେ ।

ଏ ପ୍ରକାର ଚିତ୍କାର ଶୁଣି କୁକୁର ବିଲୁଆକୁ ପଚାରିଲା, ‘ଛୁଆମାନେ ଏମିତି ଚିତ୍କାର କରୁଛନ୍ତି କାହିଁକି?’


ଗପ ସାରଣୀ

ତାଲିକାଭୁକ୍ତ ଗପ