ଯୀଶୁ ଓ ତିନି ଗଛ କାହାଣୀ

 ବହୁତ ଦିନ ତଳର କଥା । ଗୋଟିଏ ଜଙ୍ଗଲରେ ତିନିଟି ଗଛ ଥିଲେ । ସେମାନେ ପରସ୍ପର ମଧ୍ୟରେ ନିଜ ନିଜର ଭବିଷ୍ୟତକୁ ନେଇ ଦେଖିଥିବା ସ୍ୱପ୍ନ ସମ୍ପର୍କରେ ଆଲୋଚନା କରୁଥିଲେ । ସେମାନଙ୍କ ଆଲୋଚନା ସମୟରେ ପ୍ରଥମ ଗଛଟି କହିଲାଯେ, ସେ ଏକ ସିନ୍ଦୁକ ହେବାକୁ ଇଚ୍ଛା କରୁଛି । କାରଣ ଏହି ସିନ୍ଦୁକରେ ଲୋକେ ବହୁତ ସୁନା, ରୂପା, ହୀରା ଇତ୍ୟାଦି ମୂଲ୍ୟବାନ ଜିନିଷ ସବୁ ରଖିବେ ।

         ଦ୍ୱିତୀୟ ଗଛଟି କହିଲାଯେ, ସେ ଗୋଟିଏ ବଡ ଜାହାଜ ହେବାକୁ ଇଚ୍ଛା କରୁଛି, ଯେଉଁଥିରେକି ଦେଶର ରାଜା ଓ ରାଣୀ ଯାତ୍ରା କରିବେ ।

         ତୃତୀୟ ଗଛଟି କହିଲାଯେ, ସେ ଚାହୁଁଛି ଜଙ୍ଗଲର ସବୁଠାରୁ ବଡ ଗଛଟିଏ ହେବା ପାଇଁ । କାରଣ ଲୋକମାନେ ତା’ର ଉଚ୍ଚତାକୁ ଦେଖି ଆଶ୍ଚର୍ଯ୍ୟ ହେବେ ।

         ଏହାର କିଛିଦିନ ପରେ ଦଳେ କାଠୁରିଆ ସେ ଜଙ୍ଗଲକୁ ଆସିଲେ । ସେମାନଙ୍କ ମଧ୍ୟରୁ ଜଣେ ପ୍ରଥମ ଗଛଟିକୁ ଦେଖି ଭାବିଲା ଏ ଦମ୍ଭିଲା ଗଛକୁ କାଟି ବଢେଇକୁ ବିକ୍ରି କରିଦେବି । ତା’ କାଠରେ ବଢେଇ ନିଶ୍ଚିତ ଭାବରେ ଏକ ସିନ୍ଦୁକ ତିଆରି କରିବ । ଏକଥା ଶୁଣି ଗଛଟି ବହୁତ ଖୁସି ହୋଇଗଲା ।

         ସେହିଭଳି ଦ୍ୱିତୀୟ ଗଛକୁ ଦେଖି ଆଉ ଜଣେ କାଠୁରିଆ ତାକୁ କାଟି ଜାହାଜ ମିସ୍ତ୍ରୀକୁ ବିକିବ ବୋଲି ଚିନ୍ତା କଲା । ଏକଥା ଶୁଣି ଦ୍ୱିତୀୟ ଗଛଟି ମଧ୍ୟ ବହୁତ ଖୁସି ହୋଇଗଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ