ବୁଢୀ ଓ ଯୁବତୀ ସ୍ତ୍ରୀ

ଜଣେ ଲୋକର ଦୁଇଟି ସ୍ତ୍ରୀ ଥିଲେ ଜଣେ ବୁଢୀ ଓ ଜଣେ ଯୁବତୀ । ସେ ଲୋକଟି ଯେତେବେଳେ ଯୁବତୀ ସହିତ ବୁଲିଯାଉଥିଲେ, ସେତେବେଳେ ସେ ଯୁବତୀ ସ୍ତ୍ରୀଟି ଲୋକଟିର ଧଳା ବାଳସବୁ ଉପାଡି ଦେଉଥିଲେ । କାରଣ ଧଳା ବାଳ ଗୁଡିକ ଥିଲେ ସେ ଲୋକଟି ଯୁବତୀ ସ୍ତ୍ରୀଙ୍କ ବାପ ପରି ଦିଶୁଥିଲେ । ହେଲେ ବୁଢୀ ସହିତ ବାହାରକୁ ଗଲାବେଳେ ସେ ବୁଢୀଟି ଏ ଲୋକଟିର ସବୁ କଳା ବାଳ ଉପାଡି ଦେଉଥିଲେ । କାରଣ ସେ ଲୋକଟି ଯେପରି ବୁଢୀଙ୍କ ପୁଅ ପରି ନ ଦିଶନ୍ତି । ଏପରି ବୁଢୀ ଓ ଯୁବତୀ ସ୍ତ୍ରୀମାନଙ୍କ ବାଳ ଉପୁଡାରେ ସେ ଲୋକଟି ପୁରା ଚନ୍ଦା ହୋଇଗଲା ।

ନଭାବି ନଚିନ୍ତି ସମସ୍ତଙ୍କ କଥା ଶୁଣିବା ମୋଟେ ଠିକ୍ ନୁହେଁ ।


ଗପ ସାରଣୀ

ତାଲିକାଭୁକ୍ତ ଗପ