ଆନନ୍ଦ ଆଶ୍ଚର୍ଯ୍ୟ ହୋଇ ପଚାରିଲେ, “ତେବେ କ’ଣ ପ୍ରଜ୍ଞାସାଗର ତାଙ୍କର ସେ ସର୍ତ୍ତ ପ୍ରତ୍ୟାହାର କରିନେଲେ?” ନା ତମକୁ କୂଅ ଖୋଳିବା ପରିବର୍ତ୍ତେ ଅନ୍ୟ କୌଣସି କଠିନ କାର୍ଯ୍ୟ କରିବାକୁ ଦେଲେ?
“ନା, କିନ୍ତୁ ପରଦିନ ଗୁରୁଙ୍କୁ ପ୍ରମାଣ କରି କୋଦାଳ ଧରି କୂଅ ଖୋଳିବା ନିମନ୍ତେ ଚେଷ୍ଟା କରିବାକୁ ବାହାରିଥିଲି । ଗୁରୁ କିଛି ସମୟ ପରେ ଆସି ମୋତେ ଦେଖିଲେ ଓ ପଚାରିଲେ, ‘ତମେ କୂଅ ଖୋଳି ପାରିବ ବୋଲି ଭାବୁଛ?’ ମୁଁ କହିଲି, ‘ଜାଣେ ନା । କିନ୍ତୁ ଆପଣ ଯେତେବେଳେ ଏ ସର୍ତ୍ତ ରଖିଛନ୍ତି, ସେତେବେଳେ ତାହାର ମୂଲ୍ୟ ଅସୀମ । ଆପଣ କାହିଁକି ଏ ସର୍ତ୍ତ ରଖିଛନ୍ତି, ତାହା ତ କେବଳ ଆପଣ ହିଁ ଜାଣନ୍ତି । ମୁଁ କିନ୍ତୁ ସର୍ତ୍ତ ପାଳନ ପାଇଁ ଚେଷ୍ଟା କରିବି । ପାରିଲେ ପାରିବି, ନହେଲେ ନାହିଁ ।’ ଗୁରୁ ପଚାରିଲେ, ‘କେତେଦିନ ଯାଏଁ ଏ ଚେଷ୍ଟା କରୁଥିବ?’ ତା’ପରେ ମୁଁ କହିଲି, ‘ଯେତେଦିନ ଯାଏଁ ପାରୁଥିବି ।’ ଗୁରୁ ଏହା ପରେ ମୋତେ ଭିତରକୁ ନେଇଯାଇ କେତେକ ପ୍ରଶ୍ନ କଲେ ଓ ତା’ପରେ ସେ କହିଲେ; ‘ତମ ବିଶ୍ୱାସ ଓ ଧୈର୍ଯ୍ୟ ତମକୁ ଉପଯୁକ୍ତ ଶିକ୍ଷାର୍ଥୀ କରୁଛି । କୂଅ ଖୋଳିବା ତମର ଆଉ ଦରକାର ନାହିଁ । ଆଜିଠାରୁ ତମେ ମୋରି ଶିଷ୍ୟ ।’ ପାଞ୍ଚବର୍ଷ ହୋଇଗଲାଣି । ଗୁରୁ ମୋତେ କହିଛନ୍ତି, ତାଙ୍କର ଜଣେ ଉତୀର୍ଣ୍ଣ ଶିଷ୍ୟ ଭାବରେ ମୁଁ ରାଜଦରବାରକୁ ତାଙ୍କ ଚିଠି ନେଇଯିବି । ତେବେ ମୁଁ ତାଙ୍କ ଅନୁମତି ନେଇ ଏଠାରେ ଆଉ କିଛିଦିନ ରହି ଯୋଗାଭ୍ୟାସ କରୁଛି ।”
ସବୁକଥା ଶୁଣି ଆନନ୍ଦ ସ୍ତବ୍ଧ ହୋଇ ରହିଲେ ।