ଦୀନଦୁଃଖୀ ସେବା ହିଁ ଈଶ୍ୱର ସେବା

୧୮୯୭ ମସିହା ଜାନୁୟାରୀ ୨୩ ତାରିଖ ଦିନ କଟକ ସହରର ଓଡିଆ ବଜାରରେ ଜନ୍ମଗ୍ରହଣ କରିଥିଲେ ସୁଭାଷଚନ୍ଦ୍ର ବୋଷ । ତାଙ୍କ ପିତା ଜାନକୀନାଥ ବୋଷ ଓ ମାତା ପ୍ରଭାବତୀ ଆଶାକରୁଥିଲେ, “ବାଳକଟି ପରୋପକାରୀ, ସତ୍ୟବାଦୀ ଓ ଖ୍ୟାତିସମ୍ପନ୍ନ ହେଉ ।” ସତକୁ ସତ ତାହାହିଁ ଘଟିଥିଲା ସୁଭାଷଙ୍କ ଜୀବନରେ ।

ସୁଭାଷ ବହୁତ ଭଲ ପାଠ ପଢୁଥିଲେ । ପାଠ ପଢା ସହିତ ସମାଜସେବା ବି ସେ କରୁଥିଲେ । ସୁଭାଷଙ୍କ ପରିବାର ସମ୍ଭ୍ରାନ୍ତ ଶ୍ରେଣୀୟ ହୋଇଥିଲେ ମଧ୍ୟ ତାଙ୍କର ଚଳଣି ଅତି ସାଧାରଣ ଥିଲା ।

ଥରେ କଟକ ସହରରେ ହଇଜା ବ୍ୟାପିଲା । ସେତେବେଳେ ତ ଆଉ ଆଜିକାଲି ଭଳି ଉନ୍ନତ ଡାକ୍ତରୀସେବା ନ ଥିଲା । ତାଛଡା ଲୋକମାନେ ସ୍ୱାସ୍ଥ୍ୟରକ୍ଷା ବାବଦରେ ସଚେତନ ନଥିବାରୁ ପୋକମାଛି ଭଳି ମରୁଥିଲେ ।

ଠିକ୍ ଏତିକିବେଳେ ସୁଭାଷ ତାଙ୍କ ସାଥୀମାନଙ୍କୁ ଧରି ବାହାରି ପଡିଲେ ରୋଗୀସେବା କରିବା ପାଇଁ । ତା’ପରେ ଘରକୁ ଘର ବୁଲି ସେ ପରିଷ୍କାର ଓ ପରିଚ୍ଛନ୍ନ ରହିବା ପାଇଁ ସମସ୍ତଙ୍କୁ କହିଲେ । ରୋଗୀମାନଙ୍କର ସେବା କଲେ । ଗଦା ହୋଇଥିବା ଅଳିଆକୁ ସଫା କଲେ । ପାଣିକୁ ଫୁଟାଇ ଥଣ୍ଡା କରି ପିଇବାକୁ ସଭିଙ୍କୁ କହିଲେ । ସୁଭାଷଙ୍କର ଏଭଳି କାର୍ଯ୍ୟରେ କେତେକ ବିରୋଧ ଆସିଲେ ମଧ୍ୟ ତାଙ୍କର ଖ୍ୟାତି ଦିନକୁ ଦିନ ବଢିବାକୁ ଲାଗିଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ