ପକ୍ଷୀ ଗଣତି

ରାଜା କୃଷ୍ଣଦେବରାୟ କେବେ କେବେ ତେନାଲୀରାମାଙ୍କୁ ପରୀକ୍ଷା କରିବାପାଇଁ ଅଜବ ପ୍ରଶ୍ନ ପଚାରି ଦିଅନ୍ତି । ଦିନେ ରାଜା ଦରବାରରେ ବସିଥିବା ସମୟରେ ପଚାରିଲେ, “ତେନାଲୀରାମା! ତୁମେ କହିପାରିବ ଆମ ରାଜ୍ୟରେ ମୋଟ୍ ପକ୍ଷୀ ସଂଖ୍ୟା କେତେ?

                ରାଜାଙ୍କ କଥା ଶୁଣି ତେନାଲୀରାମା କହିଲେ, “ଅବଶ୍ୟ କହିପାରିବି ମହାରାଜ । କିନ୍ତୁ ମୋ ଠାରୁ ବହୁତ ବଡ ବଡ ପଣ୍ଡିତ ମଧ୍ୟ ଏହି ଦରବାରରେ ଉପସ୍ଥିତ ଅଛନ୍ତି । ସେମାନେ ଥାଉ ଥାଉ ମୁଁ ଏହି ସାମାନ୍ୟ ପ୍ରଶ୍ନର ଉତ୍ତର ଦେବା ଆଦୌ ଠିକ୍ ହେବ ନାହିଁ ।

                ତେନାଲୀରାମାର ଏପରି କଥା ଶୁଣି ସେ ରାଜଦରବାରରେ ଉପସ୍ଥିତ ଥିବା ପଣ୍ଡିତ ମାନଙ୍କ ଆଡକୁ ରାଜା ଏକ ଦୃଷ୍ଟି ଫେରାଇ ଆଣିଲେ । ଏପରି ଏକ ବିଚିତ୍ର ପ୍ରଶ୍ନର ଉତ୍ତର ପୁଣି କିଏ ଦେବ? ଆକାଶରେ ଉଡୁଥିବା ପକ୍ଷୀ ମାନଙ୍କର ଗଣନା କିଏ ବା କରିପାରିବ? ସେଥିପାଇଁ ସମସ୍ତେ ନିଜ ନିଜ ମୁଣ୍ଡ ତଳକୁ କରି ବସିଥାଆନ୍ତି ।

                ଏହି ପ୍ରଶ୍ନର ଉତ୍ତର କାହାରି ପାଖରେ ମଧ୍ୟ ନଥିଲା । ସଭାରେ ଯେମିତି କେହି ବି ଏହାର ଉତ୍ତର ଦେଇ ପାରିଲେ ନାହିଁ, ତହୁଁ ରାଜା ଶେଷରେ ତେନାଲୀରାମାଙ୍କୁ ହିଁ ଏହାର ଉତ୍ତର ଦେବାପାଇଁ କହିଲେ । ତେନାଲୀରାମା କହିଲେ, “ମହାରାଜ! ଆପଣଙ୍କ ମଥାରେ ଯେତେ ପରିମାଣର କେଶ ଅଛି । ଆମ ରାଜ୍ୟରେ ସେତିକି ପରିମାଣର ପକ୍ଷୀ ଦେଖାଯାଆନ୍ତି । ତେନାଲୀରାମାଙ୍କ ଏପ୍ରକାର କଥାରେ ତଥାପି ରାଜା ସନ୍ତୁଷ୍ଟ ନହୋଇ ପକ୍ଷୀ ମାନଙ୍କର ପ୍ରକୃତ ସଂଖ୍ୟା କହିବାକୁ କହିଲେ?


ଗପ ସାରଣୀ

ତାଲିକାଭୁକ୍ତ ଗପ