ଗଧ ଉପରେ ସିଂହ ଚମଡା

ଦିନେ ଗୋଟିଏ ଗଧ ନିଜର ପିଠି ଉପରେ ସିଂହର ଚମଡା ପକାଇ ବୁଲି ବାହାରିଲା, ଏହାପରେ ତାକୁ ବାଟରେ ଯିଏ ବି ଦେଖିଲା, ସିଂହ ଆସୁଛି ଭାବି ଭୟରେ ଦଉଡି ପଳାଇଲା । ଏହା ଦେଖି ସେ ଗଧ ଲୋକଙ୍କୁ ଆହୁରି ଡରାଇବା ଲାଗି ସେମାନଙ୍କ ପଛରେ ଗୋଡାଇବାକୁ ଆରମ୍ଭ କଲା । ସେ ଗଧ ଦଉଡିଲା ବେଳେ ହଠାତ୍ ତା’ ପିଠିରୁ ସିଂହର ଚମଡାଟି ଖସି ପଡିଲା ।

ଯେମିତି ସିଂହ ଚମଡାଟି ଖସିପଡିଛି ଲୋକମାନେ ସେ ଗଧକୁ ଚିହ୍ନି ପାରିଲେ ଏବଂ ତାକୁ ବହୁତ ବାଡେଇଲେ ।

ଠକାମି କେବେବି ସବୁଦିନ ପାଇଁ ଲୁଚି ରହିପାରେ ନାହିଁ ।


ଗପ ସାରଣୀ

ତାଲିକାଭୁକ୍ତ ଗପ