ମଣିଷଟା ସିନା ବାଙ୍ଗରା, ହେଲେ ତା’ ଖ୍ୟାତି ବହୁତ ଲମ୍ବା

ଏକଦା ଆମ ଦେଶର ପ୍ରଧାନମନ୍ତ୍ରୀ ଥିଲେ ଲାଲବାହାଦୁର ଶାସ୍ତ୍ରୀ । ସେ ଥିଲେ ଅତ୍ୟନ୍ତ ସରଳ, ବିନୟୀ, ସାଧାରଣ ମଣିଷ ଜଣେ । ଗେଡା ମଣିଷଟିଏ ସିନା, ବିଚାର ବୁଦ୍ଧିରେ ବହୁତ ବଡ, କାହାକୁ ଡରିଲାବାଲା ସେ ନ ଥିଲେ ।

                ଗୋଟିଏ ଗରିବ ପରିବାରରୁ ବହୁତ ଦୁଃଖ, ଦୈନ୍ୟ ଭିତରେ ବଢି ସେ ଏତେ ବଡ ଆସନର ଅଧିକାରୀ ହୋଇପାରିଥିଲେ, ଭାବିଲେ ଆଶ୍ଚର୍ଯ୍ୟ ଲାଗେ । ଆଉ ସବୁଠାରୁ ବଡକଥା ହେଲା, ତାଙ୍କର ପ୍ରଧାନମନ୍ତ୍ରିତ୍ୱ କାଳରେ ଯେଉଁସବୁ ଦୁଃସାହସିକ କାର୍ଯ୍ୟ ସେ କରିଯାଇଥିଲେ, ସେପରି ଆଉ କିଏ କେବେ ବି କରିପାରି ନାହାଁନ୍ତି ।

                ଲାଲବାହାଦୁର ଶାସ୍ତ୍ରୀ ଦେଶବାସୀଙ୍କ କାନରେ ଏକ ମନ୍ତ୍ର ଫୁଙ୍କିଥିଲେ, ତାହା ହେଲା – “ଜୟ ଜବାନ୍, ଜୟ କିଷାନ୍ ।” ବାସ୍ତବିକ୍ ଏହି ମନ୍ତ୍ରଟି ଆଜି ଆମ ଦେଶପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇ ପଡିଛି ।

                ଆଜିର ସମାଜରେ ତିଷ୍ଠି ରହିବାକୁ ଲାଲବାହାଦୁର ଦେଶର ଉନ୍ନତି ଚିନ୍ତା କରୁଥିଲେ । ସୁତରାଂ ଦେଶରକ୍ଷା ପାଇଁ ଜବାନ୍ ଓ ଖାଦ୍ୟ ପାଇଁ କୃଷକ ଉପରେ ସେ ଗୁରୁତ୍ୱ ଦେଇଥିଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ