ଜାଗୃତିର ପ୍ରତୀକ

ଗଜପୁର ଗ୍ରାମରେ ଶଙ୍କରଦାସ ନାମକ ଜଣେ ଗଣ୍ୟମାନ୍ୟ ବ୍ୟକ୍ତି ଥା’ନ୍ତି । ତାଙ୍କର ଯେତିକି ଧନ ଥିଲା ଯଶ ମଧ୍ୟ ଠିକ୍ ସେତିକି ଥିଲା । ଦିନେ ସେ ସଂଧ୍ୟାବେଳେ ପଡୋଶୀ ଗ୍ରାମରୁ ଫେରିବା ବେଳେ ବାଟରେ ତାଙ୍କ ଗୋଡ ଖସିଗଲା । ଯାହା ଦ୍ୱାରାକି ସେ ଗୋଟାଏ ପଙ୍କ ଗଡିଆରେ ପଡି ପ୍ରାୟ ଛାତି ପର୍ଯ୍ୟନ୍ତ ପଙ୍କରେ ବୁଡିଗଲେ । ସେ ତା’ଭିତରୁ ବାହାରିବାକୁ ଯେତେ ଚେଷ୍ଟା କଲେ ବି ଓଲଟି ସେ ସେତେ ଆହୁରି ତା’ଭିତରକୁ ବୁଡିଲେ । ତେଣୁ ସେ ଆଉ ଅଧିକ ଚେଷ୍ଟା ନ କରି ପୋଖରୀ ହୁଡାକୁ ଧରି କୌଣସି ମତେ ସେ ପଙ୍କ ଭିତରେ ଠିଆ ହୋଇଥା’ନ୍ତି ।

                ଚାହୁଁ ଚାହୁଁ ସାରା ରାତି ଗଲା । ସକାଳୁ ଜଣେ ଯୁବକ ଦୂରରେ ଯାଉଥିବାର ଦେଖି ସେ ଶଙ୍କରଦାସ ତାକୁ ଚିତ୍କାର କରି ଡାକିଲେ ଓ ତହିଁରୁ ଉଠାଇବାକୁ ଅନୁରୋଧ ବି କଲେ । ତା’ପରେ ସେ ଯୁବକ ଜଣକ ବଡ କଷ୍ଟ ସହକାରେ ନିଜ ଚଦର ଦ୍ୱାରା ଶଙ୍କରଦାସଙ୍କୁ ପଙ୍କରୁ ଉଠାଇଲା । କାରଣ ସେ ବହୁତ ମୋଟା ଥିଲେ । କିନ୍ତୁ ଶଙ୍କରଦାସ ଉପରକୁ ଉଠି ଆସିବା ବେଳକୁ ସେ ଯୁବକଟିର ଗୋଡ ମଧ୍ୟ ଖସିଯିବାରୁ ସେ ପଙ୍କରେ ଗଳି ପଡିଲା । ଶଙ୍କରଦାସ ଅକ୍ଳେଶରେ ତାକୁ ଧରି ଉପରକୁ ଉଠାଇ ଆଣିଲେ ।

                ଆଖପାଖରେ ତ କେଉଁଠି ଟୋପାଏ ବି ପାଣି ନଥିଲା । ତେଣୁ ସେ ଦୁହେଁ କାଦୁଅ ଲଟପଟ ହୋଇ ଗ୍ରାମକୁ ଫେରିଲେ । ବାଟରେ ବାର୍ତ୍ତାଳାପ କରୁ କରୁ ସେ ଯୁବକ ଜଣକ କହିଲା କି ତା’ର ନାମ ଶେଖର । ସେ ବେଲପୁରରୁ ଗଜପୁର ଯିବାପାଇଁ ହିଁ ଆସିଛି ।

                ଯୁବକଟିର ସବୁକଥା ଶୁଣି ଶଙ୍କରଦାସ ତାକୁ ପଚାରିଲେ “ଭାଇ, ଗଜପୁରରେ ତୁମର କ’ଣ କାମ?”

                ତା’ପରେ ସେ ଯୁବକଟି ଉତ୍ତର ଦେଲା “ସେଠାରେ ଶଙ୍କରଦାସ ନାମକ ଜଣେ ଭଦ୍ର ବ୍ୟକ୍ତିଙ୍କ ସହିତ ଟିକେ ଦେଖା କରିବାକୁ ମୁଁ ଯାଉଛି ।”

                ତା’ର ଏଭଳି ଉତ୍ତର ଶୁଣି ଶଙ୍କରଦାସ ମନେ ମନେ ଭାରି ଆଶ୍ଚର୍ଯ୍ୟ ହେଲେ ଓ ହସିଲେ । କାରଣ ସେ ଏଇ ପ୍ରଥମଥର ହିଁ ସେଇ ଯୁବକକୁ ଦେଖୁଛନ୍ତି । ତେଣୁ ସେ ପଚାରିଲେ, “ତାଙ୍କ ସହିତ ତୁମର କି କାମ ଅଛି?”

                ଶେଖର କହିଲା “ସେକଥା ତ ମୁଁ ଆପଣଙ୍କୁ କହିପାରିବି ନାହିଁ । ତେବେ ଦୟାକରି ମୋତେ ଏଇ ପଙ୍କ ସବୁ ସଫା କରିବାରେ ସାହାଯ୍ୟ କରନ୍ତୁ ଓ ଶଙ୍କରଦାସଙ୍କ ଘରଟା କେଉଁଠି ଟିକେ ଦେଖାଇ ଦିଅନ୍ତୁ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ