ମିଛ ହିଁ କାଳ

ଜଣେ ପିଲା ପାହାଡ ଉପରେ ମେଣ୍ଢା ଚରାଉଥାଏ । ସେଠି ତ ତା’ସାଙ୍ଗରେ ଗପସପ କରିବାକୁ କେହି ବି ମିଳନ୍ତି ନାହିଁ । ସେଥିପାଇଁ ସେ ସାଙ୍ଗମାନଙ୍କୁ ତା’ପାଖକୁ ନେବାରେ ଗୋଟିଏ ଉପାୟ ପାଂଚିଲା ।

                ଦିନେ ମିଛଟାରେ ହେଟାବାଘ ଆସୁଛି ବୋଲି ସେ ବହୁତ ପାଟି କଲା । ସାଙ୍ଗମାନେ ତା’ର ପାଟିଶୁଣି ତା’ପାଖକୁ ଦୌଡି ଗଲେ । ଯାଇ ଦେଖିଲେ ଯେ, ହେଟାବାଘ ଆସି ନାହିଁ  । ସେ ଖାଲି ମିଛଟାରେ ପାଟି କରୁଛି ।

                ଏହିପରି ସେ ପିଲାଟି ଆଉ କେତେଥର ମିଛରେ ପାଟିକରି ତା’ସାଙ୍ଗମାନଙ୍କୁ ତା’ପାଖକୁ ନେଇଗଲା । କିଛି ଦିନ ପରେ ସତରେ ହେଟାବାଘକୁ ଦେଖି ସେ ପିଲାଟି ଯେତେବେଳେ ପାଟି କଲା, ସାଙ୍ଗମାନେ ତାକୁ ଆଉ ବିଶ୍ୱାସ କଲେ ନାହିଁ କିମ୍ବା ତାକୁ ସାହାଯ୍ୟ କରିବାକୁ କେହି ବି ଆସିଲେ ନାହିଁ ।

ମିଛୁଆ ସତ କହିଲେ ମଧ୍ୟ ତାକୁ ଲୋକମାନେ ସର୍ବଦା ଅବିଶ୍ୱାସ ହିଁ କରନ୍ତି ।


ଗପ ସାରଣୀ

ତାଲିକାଭୁକ୍ତ ଗପ