ଲୋଭି ବିଲୁଆ

ଗୋଟିଏ ଗାଁରେ ଦୁଇଟି ବଡ ଷଣ୍ଢ ଥିଲେ । ଦିନେ ସେମାନଙ୍କ ଭିତରେ ବହୁତ ଲଢେଇ ହେଲା । ଆଉ ସେହି ଲଢେଇରେ ସେ ଦୁହିଁଙ୍କ ମୁଣ୍ଡ ଫାଟି ରକ୍ତ ବି ବୋହିଲା । ସେତେବେଳେ ଗୋଟିଏ ବିଲୁଆ ତ ଏସବୁ ଦେଖୁଥାଏ, ରକ୍ତ ଥପ୍ ଥପ୍ ହୋଇ ମାଟିରେ ପଡିବାର ଦେଖି ସେ ବିଲୁଆ ଆଉ ତା’ ଲୋଭ ସମ୍ଭାଳି ପାରିଲା ନାହିଁ । ତେଣୁ ସେ ଦୁଇ ଷଣ୍ଢଙ୍କ ମଝିରେ ପଶି ରକ୍ତ ଚାଟିବା ଆରମ୍ଭ କଲା । ଏପରିକି ସେ ଭୁଲିଗଲା ଯେ ଷଣ୍ଢମାନେ ଲଢୁଛନ୍ତି । ଲଢିଲା ବେଳେ ଗୋଟିଏ ଷଣ୍ଢ ବିଲୁଆ ଉପରେ ଚଢିଗଲା ଏବଂ ଯାହା ଫଳରେ କି ସେ ବିଲୁଆଟି ମରିଗଲା ।

ଲୋଭରେ ବୁଦ୍ଧିହାନୀ ହୋଇଥାଏ ।


ଗପ ସାରଣୀ

ତାଲିକାଭୁକ୍ତ ଗପ