ଜଣେ କୃପଣ ସନ୍ଥ ପାଲଟିଗଲେ

ସଂଚୟରେ ନୁହେଁ ଦାନରେ ମର୍ଯ୍ୟାଦା ବୃଦ୍ଧିପାଇଥାଏ ଧନର ସଦା

    ମନେ ଭାବି ଦେଖ କୃପଣମାନେ ଏ ସମାଜେ କିପରି ପାଆନ୍ତି ନିନ୍ଦା?

    ସତ୍ପାତ୍ରେ ଧନ ଦାନ କରି ଦାନୀ ଅରଜି ପାରଇ ଯଶ ଅପାର

    ଏଥିଲାଗି ଏକ ଗଳ୍ପଶୁଣି ସର୍ବେ ବେଳଥାଉଁ ଠିକ୍ ବାଟଟି ଧର ।

                ଧନର ମର୍ଯ୍ୟାଦା ସଂଚୟରେ ନୁହେଁ ବରଂ ଦାନରେ ହିଁ ବୃଦ୍ଧି ପାଇଥାଏ । ସେଇଥିଲାଗି ଜଗତରେ ଧନ ସମ୍ପତ୍ତି ଠୁଳ କରୁଥିବା କୃପଣ ବ୍ୟକ୍ତିମାନେ ସର୍ବଦା ନିନ୍ଦିତ ହୋଇଥାନ୍ତି ଅଥଚ ଦାନୀ ବ୍ୟକ୍ତିମାନେ ସତ୍ପାତ୍ରରେ ଦାନକରି ଯଶସ୍ୱୀ ହୋଇପାରନ୍ତି । ଏଥିଲାଗି ଆସ ଏକ ସତ୍ୟଘଟଣା ଶୁଣିବା ।

                କର୍ଣ୍ଣାଟକରେ ଶ୍ରୀନିବାସ ନାମରେ ଜଣେ ସ୍ୱର୍ଣ୍ଣକାର ସମ୍ପ୍ରଦାୟର ଶେଠ ଥିଲେ । କେବଳ ଧନ ସମ୍ପତ୍ତି ଠୁଳ କରିବା ଛଡା ତାଙ୍କର ଅନ୍ୟ କିଛି ବି କାମ ନଥିଲା । କାହାକୁ କିଛି ଦେବା ତ ଦୂରର କଥା, ନିଜେ ଭଲକରି ସେ ଗଣ୍ଡେ ବି ଖାଉ ନଥିଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ