ସତ ଲୁଚେନା

ଗୋଟିଏ ଖରାପ ପ୍ରକୃତିର କୁକୁର ଥିଲା । ଏମିତିକି ତା’ଆଗକୁ ଯିଏ ବି ଆସୁଥିଲା ତାକୁ ସେ କାମୁଡି ଦେଉଥିଲା । ତା’ର ଏ ପ୍ରକୃତି ଦେଖି ତା’ର ମାଲିକ ତା’ ବେକରେ ଗୋଟିଏ ଘଂଟି ବାନ୍ଧି ଦେଲା । ସେ କୁକୁର ବାହାରକୁ ବାହାରିଲେ ଘଂଟି ବାଜେ ଓ ସେ ଘଂଟି ଆବାଜ ଶୁଣି ଲୋକମାନେ ସେଠାରୁ ଦୌଡି ଚାଲିଯାନ୍ତି ।

                କିନ୍ତୁ ସେ କୁକୁର ତାର ସବୁ କୁକୁର ସାଙ୍ଗମାନଙ୍କୁ କହେ “ମାଲିକ ଅତ୍ୟନ୍ତ ଖୁସିହୋଇ ମୋ ବେକରେ ଗୋଟିଏ ଭଲ ଘଂଟି ବାନ୍ଧି ଦେଇଛନ୍ତି” । କିଛି ଦିନ ପରେ ସେହି କୁକୁର ଜାଣିପାରିଲା ଯେ, ତା’ ବେକରେ କାହିଁକି ଘଂଟି ବନ୍ଧା ହୋଇଛି ତାହା ସମସ୍ତେ ଜାଣିଯାଇଛନ୍ତି । ତେଣୁ ସେ କୁକୁର ମିଛ କହୁଥିବାରୁ ତାକୁ ସମସ୍ତେ ଥଟ୍ଟା କଲେ ।

ଯେତେ ଲୁଚାଇଲେ ମଧ୍ୟ ସତକଥା ଶେଷରେ ପ୍ରକାଶ ପାଇଥାଏ ।


ଗପ ସାରଣୀ

ତାଲିକାଭୁକ୍ତ ଗପ