ନାରୀ ମାୟା ଦେବେ ଅଗୋଚର

ଏଥୁ ଅନ୍ତେ ମାୟାବତୀର କୁ ଅଭ୍ୟାସ ମଧ୍ୟ ଥିଲା । ସେ ଗୋଟିଏ ପୁରୁଷରେ କେବେ ସନ୍ତୁଷ୍ଟ ହୁଅନ୍ତି ନାହିଁ । ସେଥି ଲାଗି ରାଜ କୁମାରୀ ରାଜାଙ୍କର ଭ୍ରମଣ କିମ୍ବା ସ୍ନାନ କାଳକୁ ନିରୂପଣ କରି ନୂଆ ନୂଆ ପୁରୁଷ ମାନଙ୍କ ସହିତ ରତି କ୍ରୀଡା କରନ୍ତି । ଏକଥା ନିଜର କବଚ ବଳରେ ରାଜା ଜାଣି ପାରୁ ଥିଲେ ହେଲେ କ’ଣ ହେବ, ମାୟାବତୀଙ୍କର ମାୟାରେ ପୁଣି ସେସବୁକୁ ଭୁଲି ଯାଆନ୍ତି ।

ଏପଟେ ନିଜ ରାଜ୍ୟରେ ରାଜା ନାହାଁନ୍ତି । ରାଜାଙ୍କର ଅନୁପସ୍ଥିତ ଯୋଗୁଁ ରାଜ୍ୟରେ ନାନା ପ୍ରକାର ବିଶୃଙ୍ଖଳା ଦେଖା ଦେଲା । ଏଥିରେ ବ୍ୟସ୍ତ ହୋଇ ରାଣୀ ରାଜ୍ୟରୁ ସୈନ୍ୟ ମାନଙ୍କୁ ପଠାଇ ମନ୍ତ୍ରୀଙ୍କ ଦ୍ୱାରା ମାୟାବତୀଙ୍କୁ ପ୍ରଭାବିତ କରି ରାଜାଙ୍କ ସହିତ ନିଜର ରାଜ୍ୟକୁ ଫେରାଇ ଆଣିଲେ ।

ରାଜ ନଅରରେ ରାଣୀଙ୍କର ଥିଲା ବିଳାଶ ପୁର । ସେହି ପୁରରେ ନେଇ ମାୟାବତୀଙ୍କର ରହିବାର ବ୍ୟବସ୍ଥା ରାଜା ନିଜେ କରାଇ ଦେଲେ । କୁକୁର ଲାଙ୍ଗୁଡକୁ ଯେତେ ନଳରେ ପୂରାଇଲେ ସେ ଯୋଉ ବଙ୍କାକୁ ସେହି ବଙ୍କା । ଏଣେ ରାଣୀ ମାୟାବତୀ କୋଉ ତାଙ୍କର ପ୍ରକୃତି ଛାଡି ପାରୁ ଛନ୍ତି, ଯେତେ ବେଳେ ରାଣୀଙ୍କର ବିଳାଶପୁର ନିରୋଳା ହୋଇ ଯାଏ ମାୟାବତୀ ରାଜ୍ୟର ମନ୍ତ୍ରୀ ପୁଅ, ସେନାପତିଙ୍କ ପୁଅ କିମ୍ବା ରାଜ୍ୟର ଯୋଦ୍ଧା ସୈନ୍ୟ ମାନଙ୍କୁ ମାୟାରେ ବଶ କରି ତାଙ୍କ ସହିତ ରତି କ୍ରୀଡା କରନ୍ତି ।

ଏମିତି କିଛି ଦିନ ଅତିବାହିତ ହେବା ପରେ ରାଜ୍ୟରେ ପାଟ ରାଣୀ ରତ୍ନାବତୀଙ୍କ କାନରେ ଏ ସମ୍ବାଦ ପଡିଲା । ରାଣୀ ମଧ୍ୟ ବହୁ ବାର ପରୀକ୍ଷା କରି ଦେଖିଲେ ରାଜ କୁମାରୀ ମାୟାବତୀ ଚରିତ୍ର ହୀନା । ବହୁ କାମ ବାତୁଳି ଝିଅ ମାୟାବତୀଙ୍କର ଏପରି ନୀତିଗତି ପାଟରାଣୀଙ୍କର ମନକୁ ଚିନ୍ତା ଗ୍ରସ୍ତ କରି ପକାଇଲା । ତହୁଁ ସେ ରାଜାଙ୍କୁ କହିଲେ – ରାଜ କନ୍ୟା ମାୟାବତୀ ସାଧାରଣ କନ୍ୟା ନୁହେଁ । ତା’ର ସେହି ରୂପ ଲାଗି ଛାମୁଁଙ୍କ ସହିତ ଛାମୁଁଙ୍କର ରାଜ୍ୟକୁ ମଧ୍ୟ ନଷ୍ଟ ଭ୍ରଷ୍ଟ କରି ଦେବ । ଯଥା ଶୀଘ୍ର ରାଜ କନ୍ୟା ମାୟାବତୀଙ୍କୁ ଶୁଳିରେ ବସାଇ ମାରି ଦେବା ଦରକାର ।

ଏହା ପରେ ରାଜା ବହୁ ଚେଷ୍ଟା କଲେ କିନ୍ତୁ ମାୟାବତୀର କାମ ଭାବକୁ ଦମନ କରି ପାରିଲେ ନାହିଁ । ଏଥୁ ଅନ୍ତେ ପାଟରାଣୀ ତାଙ୍କ ରାଜା ତଥା ରାଜ୍ୟର ମଙ୍ଗଳ ନିମନ୍ତେ ଶିବଙ୍କର ପୂଜା କଲେ ।

ଦିନକର କଥା ରାଜ କନ୍ୟା ମାୟାବତୀ ନିଜର ମାୟା ବଳରେ ରାଜାଙ୍କୁ କାମ କ୍ରୀଡାରେ ମୋହିତ କଲା । ରାଜା ମଧ୍ୟ ସେଥିରେ ମୋହିତ ହୋଇ ପଡିଲେ । ଏହି ଅବସରରେ ରାଜ କନ୍ୟା ମାୟାବତୀ ରାଜାଙ୍କର ତଂଟି ଚିପି ମାରି ଦେବାକୁ ଉଦ୍ୟତ ହୁଅନ୍ତେ ରାଣୀଙ୍କର ପୂଜାରେ ସନ୍ତୁଷ୍ଟ ହୋଇ ସ୍ୱୟଂ ଶିବ ନିଜେ ଆସି ସେଠାରେ ଉପସ୍ଥିତ ହୋଇ ମାୟାବତୀଙ୍କୁ ପଥର କରି ଦେଲେ । ଏହା ପରେ ରାଜା ସେହି ରାଜ କନ୍ୟା ମାୟାବତୀଙ୍କର ପଥର ମୂର୍ତ୍ତିକୁ ପୁଷ୍କରିଣୀର ପାବଚ୍ଛ ନିକଟରେ ସ୍ଥାପନ କରି ସନ୍ନ୍ୟାସୀଙ୍କର କହିଥିବା ବିପଦ ବିଷୟରେ ସାବଧାନ କରାଇ ଲେଖି ଦେଲେ ।

ଉପଦେଷ୍ଟାଙ୍କ ଠାରୁ ସମସ୍ତ ବୃତାନ୍ତ ଶୁଣିବା ପରେ ବୋଲକରା କହିଲା ଏପରି କଥା ତାହା ହେଲେ ଏଥର ଆପଣ ଶୟନ କରନ୍ତୁ ।

 ଚତୁର ବ୍ୟଙ୍ଗକାର ରାଜ କନ୍ୟା ମାୟାବତୀଙ୍କର କଥା କହି ସାରିବା ପରେ ସେଠାରେ ଶୟନ କରନ୍ତେ ବୋଲକରା ବସି ବସି ସେହି ଉପଦେଷ୍ଟାଙ୍କର ପାଦ ମଂଚାଳନ କଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ