ଅଯୋଗ୍ୟ ସନ୍ତାନ

କୌଣସି ଏକ ଗାଁରେ, ଗୋଟାଏ ବାମନ ଦମ୍ପତି ବାସ କରୁଥିଲେ । ଶିକ୍ଷାଦୀକ୍ଷା, ଧନସମ୍ପତ୍ତି ସବୁ କିଛି ସେମାନଙ୍କ ପାଖରେ ଥିଲା । ହେଲେ ଗୋଟାଏ ଦୁଃଖ ସେମାନଙ୍କୁ ସବୁ ବେଳେ ଘାରୁ ଥିଲା । ତାହା ହେଉଛି ସେମାନଙ୍କ ଶାରୀରିକ ବିକୃତି । କମ୍ ଉଚ୍ଚତା ତଥା ଅସୁନ୍ଦର ହୋଇଥିବାରୁ ସେମାନେ ସର୍ବଦା ମନକଷ୍ଟରେ ଥିଲେ । ଏହିଭଳି ସମୟରେ ପତ୍ନୀଜଣକ ହେଲେ ସନ୍ତାନ ସମ୍ଭବା । ତେଣୁ ତା ମନରେ ଥାଏ ଭାରି ଆନନ୍ଦ । କିନ୍ତୁ ଭୟ ଓ ଆଶଙ୍କାରେ ମନ ତାଙ୍କର ପୁନଃ ଭାଙ୍ଗି ପଡୁଥାଏ । ସେମାନଙ୍କ ଭଳି ତାଙ୍କ ସନ୍ତାନ ଆଉ ବାମନ ହେବ ନାହିଁ ତ?

ଈଶ୍ୱର ହିଁ ଭରସା । ତେଣୁ ଶେଷରେ ସେମାନେ ଈଶ୍ୱରଙ୍କୁ ହିଁ ପ୍ରାର୍ଥନା କରିବାକୁ ଲାଗିଲେ । ଠିକ୍ ସମୟରେ ସେମାନଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ନେଲା । ଦେଖିବାକୁ ସେ ଭାରି ସୁନ୍ଦର । ଧିରେ ଧିରେ ସେ ପିଲାଟି ବଢିବାକୁ ଲାଗିଲା । ବିଧିର ବିଧାନ ବାସ୍ତବିକ ବଡ ବିଚିତ୍ର । ଗୁଣସୂତ୍ରର କେଉଁ ବିଚିତ୍ର ନିୟମର ରହସ୍ୟମୟ ସମୀକରଣ ଦ୍ୱାରା ସନ୍ତାନଟି ଖୁବ୍ ଡେଙ୍ଗା ଓ ଡଉଲ ଡାଉଲ ହୋଇ ବଢିବାକୁ ଲାଗିଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ