ତେନାଲୀରାମାଙ୍କ ଚତୁରତା

ଏଣେ ସେ ତେନାଲୀରାମା ତ’ ରାଜଗୁରୁଙ୍କ ବ୍ୟବହାର କଦାପି ନିଜ ମନରୁ ଭୁଲି ପାରୁ ନଥାଆନ୍ତି । ତେଣୁ ମନେ ମନେ ସ୍ଥିର କରିଥାନ୍ତି ଦିନେ ନା ଦିନେ ସେ ରାଜଗୁରୁଙ୍କ ପ୍ରତି ଉପଯୁକ୍ତ ପ୍ରତିଶୋଧ ନିଶ୍ଚୟ ନେବେ ।

                ତେନାଲୀରାମା ତ ପ୍ରତିଶୋଧ ନେବାପାଇଁ ଖାଲି ସୁଯୋଗ ଖୋଜୁଥାଆନ୍ତି । ତେନାଲୀରାମା ଜାଣିପାରିଲେ ଯେ ରାଜଗୁରୁ ପ୍ରତିଦିନ ଭୋରୁ ଉଠି ନଗରଠାରୁ ତିନି ମାଇଲ୍ ଦୂରରେ ଅବସ୍ଥିତ ଥିବା ତୁଙ୍ଗଭଦ୍ରା ନଦୀକୁ ସ୍ନାନ କରିବା ପାଇଁ ଯାଆନ୍ତି । ଦିନେ ତେନାଲୀରାମା ମଧ୍ୟ ସେହି ସମୟରେ ସେଠାରେ ଯାଇ ପହଁଚିଗଲେ ।

                ରାଜଗୁରୁ ତ ନଦୀରେ ସ୍ନାନ କରୁଥିଲେ । ସେତେବେଳେ ତେନାଲୀରାମା କ’ଣ କଲେ ନା’ ବନ୍ଧ ଉପରେ ଥୁଆ ହୋଇଥିବା ରାଜଗୁରୁଙ୍କ କପଡାକୁ ନିକଟରେ ଥିବା ଏକ ବୃକ୍ଷ ମଧ୍ୟରେ ଲୁଚାଇ ଦେଲେ । ସ୍ନାନ ସାରି ରାଜଗୁରୁ ଯେତେବେଳେ ଉପରକୁ ଆସନ୍ତି ତ’ ଦେଖିଲେ ତାଙ୍କ କପଡା ନାହିଁ । କିନ୍ତୁ ବନ୍ଧ ଉପରେ ତେନାଲୀରାମାଙ୍କୁ ଠିଆ ହୋଇଥିବାର ଦେଖିଲେ । ତହୁଁ ତେନାଲୀରାମାଙ୍କୁ ଦେଖି ରାଜଗୁରୁ ପଚାରିଲେ, “ରାମଲିଙ୍ଗ, ମୋର କପଡା କେଉଁଠି ଅଛି?”


ଗପ ସାରଣୀ

ତାଲିକାଭୁକ୍ତ ଗପ