ରାମନାଥଙ୍କ ବୁଦ୍ଧି

ଚଂଚଳପୁରରେ ଗୋଟିଏ ଲୁହାଖଣି ବାହାରିଲା । ତେଣୁ ଦୂରଦୂରାନ୍ତରରୁ ଅନେକ ଲୋକସବୁ ବ୍ୟବସାୟ ସୂତ୍ରରେ ଆସି ସେଠାରେ ବସବାସ କଲେ । ସେମାନଙ୍କ ମଧ୍ୟରେ ରାମନାଥ ଅନ୍ୟତମ ଥିଲେ । ବହୁଲୋକ ଅନ୍ୟ ଆଡୁ ଆସି ବସବାସ କରିବାରୁ ଘର ଭଡାକୁ ମିଳୁ ନଥାଏ ।

                ରାମନାଥ ଚାରିଆଡେ ଘର ଖୋଜି ବୁଲି ବୁଲି, ତାଙ୍କ ଚପଲ ଛିଡିଗଲା । ଶେଷକୁ ସେ ଗୋଟିଏ ଘରର ସନ୍ଧାନ ପାଇଲେ । ଘରର ମାଲିକ ଗୁରୁନାଥଙ୍କର ସର୍ତ୍ତ ଥିଲା କି ଘରର ଭଡା ମାସକୁ ପାଂଚଶହ । ବର୍ଷଶେଷରେ ଘର ଖାଲି କରିବ । ରାମନାଥଙ୍କୁ ଏହି ସର୍ତ୍ତ ଆଦୌ ଭଲ ଲାଗିଲା ନାହିଁ । ଘରଭଡା ପ୍ରତ୍ୟେକ ମାସରେ ଦେବା ପରେ, ଘର ବର୍ଷକ ପରେ କାହିଁକି ଖାଲି କରିବେ ବୋଲି ସେ ମୋଟେ ବୁଝିପାରିଲେ ନାହିଁ ।

                ରାମନାଥ ଘର ମାଲିକଙ୍କୁ କହିଲେ, “ଆମ ଗ୍ରାମରେ ମୋର ଦୁଇଟି ଘର ମୁଁ ଭଡା ଦେଇଛି, ହେଲେ ଏପରି ସର୍ତ୍ତ ତ କାହିଁ ଆମେ ରଖିନାହୁଁ । ଏବେ ଗୋଟିଏ କଥା କହନ୍ତୁ ବର୍ଷ ଶେଷରେ ମୁଁ ଘର ଖାଲି ନକଲେ ଆପଣ ମୋର କ’ଣ କରିବେ?”

                ଗୁରୁନାଥ କହିଲେ “ଆପଣ କାହିଁକି ରାଗୁଛନ୍ତି? ମୁଁ ଏବେ ସେକଥା କହି ପାରିବି ନାହିଁ । ମୋର ଘରର ଆବଶ୍ୟକତା କେବେ ମଧ୍ୟ ପଡିପାରେ । ମୋର ପରିବାର ବହୁତ ବଡ । ସହରରେ ମୋର ଝିଅଜ୍ୱାଇଁ ତାଙ୍କ ପିଲାପିଲି ନେଇ ଅଛନ୍ତି । ଯେକୌଣସି ସମୟରେ ସେମାନେ ଏଠାକୁ ଆସି ପାରନ୍ତି । ଜୁଆଇଁ ଏଠାରେ ରହିବାକୁ କହୁଥିଲେ । ଏବେ ଲେଖାଲେଖି ହୋଇଯାଉ । ଯଦି ତୁମେ ଘର ମାଡିବସି ରଖିବ ତେବେ ବର୍ଷକ ପରେ ମୁଁ ପ୍ରତିମାସରେ ତୁମଠାରୁ ଦୁଇହଜାର ଟଙ୍କା କଷି ନେବି ।”

                ରାମନାଥ କହିଲେ, “ଆପଣଙ୍କ କଥାରୁ ଯାହା ଜଣାଯାଉଛି ଆପଣଙ୍କ ଜ୍ୱାଇଁ ବର୍ଷକ ମଧ୍ୟରେ ଏଠାକୁ ଆସୁ ନାହାଁନ୍ତି । ଆସିବାର ଥିଲେ ଆପଣ ଏହାକୁ ମୋତେ ଭଡାକୁ କେବେବି ଦିଅନ୍ତେ ନାହିଁ । ଯଦି ବର୍ଷକ ପରେ ଆପଣଙ୍କର ଦରକାର ନହୁଏ ତେବେ ମୋତେ ଆଉ ଏ ଘର ଖାଲି କରିବାକୁ ପଡିବ ନାହିଁ । ଠିକ୍ ତ?”

                ଗୁରୁନାଥ କହିଲେ “ନିଶ୍ଚିତ ଭାବରେ ମୁଁ ଆପଣଙ୍କୁହିଁ ଦେବି, କିନ୍ତୁ ସେତେବେଳେ ନୂଆ ସର୍ତ୍ତ ସହିତ କାଗଜପତ୍ର କରି ନେବାକୁ ହେବ ।”

                ସେହିଭଳି ଭାବରେ ଲେଖାପଢି ହୋଇଗଲା । ତା’ପରେ ରାମନାଥ ନିଜ ପରିବାର ଧରି ସେହି ଘରେ ପ୍ରାୟ ଏଗାରମାସ ପର୍ଯ୍ୟନ୍ତ ବେଶ୍ ଆରାମ୍ରେ ରହିଲେ । ଗୁରୁନାଥ ଦିନେ ରାମନାଥଙ୍କୁ କହିଲେ, “ଆପଣ ତ ପ୍ରତ୍ୟେକ ମାସରେ ନିଶ୍ଚିତ ଭାବରେ ନିର୍ଦ୍ଦିଷ୍ଟ ଦିନ ଭଡା ଦେଇ ଦେଉଛନ୍ତି । ଏଣୁ ମୁଁ ଆପଣଙ୍କ ଉପରେ ବହୁତ ଖୁସି ।”


ଗପ ସାରଣୀ

ତାଲିକାଭୁକ୍ତ ଗପ